ଭାରତର ଏହି ସବୁ ସ୍ଥାନରେ ଆକ୍ରମଣ ସୂଚନା, ଆଲର୍ଟ କଲା ଗୋଇନ୍ଦା ବିଭାଗ

Published By : Prameya-News7 Bureau | December 25, 2019 IST

ନୂଆଦିଲ୍ଲୀ ୨୫।୧୨: ନୂଆବର୍ଷରେ ଭାରତରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ଆତଙ୍କବାଦୀ ବୋଲି ଗୁଇନ୍ଦା ସୂଚନା ମିଳିଛି । ଦେଶରେ ବିଭିନ୍ନ ଧାର୍ମିକ ସ୍ଥାନରେ ବଡଧରଣ ଆକ୍ରମଣ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶର ପ୍ରମୁଖ ଧାର୍ମିକ ସ୍ଥଳୀ ତଥା ରାମ ଜନ୍ମଭୂମିରେ ଆକ୍ରମଣ କରିବାକୁ ଆତଙ୍କବାଦୀ  ସଂଗଠନ ଜୈଶ-ଇ-ମହମ୍ମଦ ଯୋଜନା କରୁଥିବାର ଗୁଇନ୍ଦା ସୂଚନା ମିଳିଛି ।

{"id":202439,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ  ମସୁଦ ଆଝାର ଟେଲିଗ୍ରାମ ଜରିଆରେ ଏକ ମେସେଜକୁ ଗୁଇନ୍ଦା ବିଭାଗ ହାତରେ ଲାଗିଛି । ହାତରେ ଲାଗିଥିବା ଏହି ମେସେଜକୁ ଗୁଇନ୍ଦା ବିଭାଗର ଛାନଭିନ୍ କରିଛି ।ସୂଚନାନୁସାରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଥିବା ରାମ ଜନ୍ମ ଭୂମି ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଇଛି ।

{"id":202440,"sizeSlug":"large"}

ଦେଶର ଥିବା ବିଭିନ୍ନ ଧାର୍ମିକ ସ୍ଥଳୀରେ ମଧ୍ୟ ଆକ୍ରମଣ କରିବାକୁ ଯୋଜନା କରାଯାଇଛି ବୋଲି ଗୁଇନ୍ଦା ସୂଚନା ମିଳିଛି । ଦେଶରେ ଆକ୍ରମଣର ସୂଚନା ମିଳିବାପରେ ଗୁଇନ୍ଦା ବିଭାଗ ଦେଶର ସମସ୍ତ ଧାର୍ମିକ ସ୍ଥାନକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସେହପରି ଅଯୋଧ୍ୟାରେ ଥିବା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆବଶ୍ୟକ ହେଲେ ଅଧିକ ସୁରକ୍ଷା ବହିନୀ ମୁତୟନ କରିବାକୁ ଗୁଇନ୍ଦା ବିଭାଗ ପରାମର୍ଶ ଦେଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.