ଲେଡିଜ୍ ହଷ୍ଟେଲ ବାଥରୁମ୍‌ରୁ ମିଳିଲା ଗୁପ୍ତ କ୍ୟାମେରା, ଫଟୋ ଓ ଭିଡିଓ ବିକ୍ରି କରୁଥିବା ଅଭିଯୋଗ...

Published By : Prameya-News7 Bureau | August 30, 2024 IST

ନୂଆଦିଲ୍ଲୀ ୩୦।୦୮: ଆନ୍ଧ୍ରପ୍ରଦେଶରେ ପୁଣି ଏକ ବିବ୍ରତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ମିଳିଛି ଗୁପ୍ତ କ୍ୟାମେରା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି କ୍ୟାମେରା ଜରିଆରେ ଛାତ୍ରୀଙ୍କ ଭିଡିଓ ରେକର୍ଡିଂ କରାଯାଇ କିଛି ଛାତ୍ରଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, କ୍ରିଷ୍ଣାନ ଜିଲ୍ଲାର ଗୁଦଲାଭଲେରୁ ଇଞ୍ଜିନିୟରିଂ କଲେଜରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଘଟଣା ବାବଦରେ ଜଣାପଡ଼ିବା ପରେ ହଷ୍ଟେଲ ଛାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ସନ୍ଧ୍ୟାରେ କିଛି ଛାତ୍ରୀ ବାଥରୁମ ଘରେ କ୍ୟାମେରା ଲୁଚା ଯାଇଥିବା ଦେଖିବାକୁ ପାଇଥିଲେ। ଏହା ପରେ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ ଜାରି ରଖିଥିଲେ। ପୋଲିସ ତଦନ୍ତ ପରେ ହଷ୍ଟେଲର ଜଣେ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବିଟେକ ଶେଷ ବର୍ଷର ଛାତ୍ର  । ବର୍ତ୍ତମାନ ତାଙ୍କ ଲାପଟପ୍ କ୍ୟାମେରା ଜବତ କରି ଅଧିକ ତଦନ୍ତ କରିଛି।

ଏହା ସହ ସେ ଗୁପ୍ତ କ୍ୟାମେରା ଲଗାଇ ଫଟୋ, ଭିଡିଓ ସଂଗ୍ରହ କରୁଥିଲେ । ତାପରେ ସେ ଏହାକୁ ବିକ୍ରି କରୁଥିଲେ । ଉକ୍ତ ଛାତ୍ର ଜଣକ କଲେଜ ଏବଂ କଲେଜ ବାହାରର କିଛି ଛାତ୍ରଙ୍କୁ ୩୦୦ରୁ ଅଧିକ ଫଟୋ, ଭିଡିଓ ବିକ୍ରି କରିଥିବା ନେଇ ପୋଲିସ ଜାଣିବାକୁ ପାଇଛି । ଅନ୍ୟପଟେ ସଂପୃକ୍ତ ଛାତ୍ରକୁ ଗିରଫ କରି ଆନ୍ଧ୍ର ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.