oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

କେଶକୁ ଘନ ଏବଂ ଚମକ କରିବ ମନ୍ଦାର ଫୁଲ: ଜାଣନ୍ତୁ କିପରି କରିବେ ବ୍ୟବହାର

1/06/2021 at 8:01 AM

ନୂଆଦିଲ୍ଲୀ ୦୧/୦୬: ଫୁଲ ଦେଖିବା ପରେ ସମସ୍ତଙ୍କ ମନ ପ୍ରଫୁଲିତ ହୋଇଯାଏ । ଏହାର ସୁଗନ୍ଧ ମନକୁ ଶାନ୍ତ ଏବଂ ଖୁସି ରଖିଥାଏ । ଫୁଲ ମଧ୍ୟ କେଶ ସହିତ ଜଡିତ ଅନେକ ସମସ୍ୟାକୁ ଦୁର କରିବାରେ ସାହାଯ୍ୟ କରିଥାଏ । ସେହିପରି ମନ୍ଦାର ଫୁଲରେ ତିଆରି ପ୍ୟାକ୍ ଲଗାଇବା ଦ୍ୱାରା କେଶ ମୂଳରୁ ମଜବୁତ ହୋଇଥାଏ । ରୁପି, କେଶ ଝଡିବା  ଏବଂ କେଶ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ମନ୍ଦାର ଫୁଲରୁ କେଶ ସମ୍ବନ୍ଧୀୟ ସମସ୍ୟାକୁ ଦୁର କରିବାର କିଛି ହେୟାରପ୍ୟାକ୍ ବିଷୟରେ…

PunjabKesari

କେଶ ସାଇନ୍ କରିବା:

ଶୁଖିଲା କେଶ ବହୁତ ମଇଳା ଏବଂ ଖରାପ ଦେଖାଯାଇଥାଏ ତେଣୁ କେଶକୁ ପୋଷଣ ଏବଂ ଉଜ୍ଜ୍ୱଳ କରିବା ପାଇଁ ମନ୍ଦାର ଫୁଲ ଲାଭଦାୟକ ହୋଇଥାଏ ।

ପ୍ରସ୍ତୁତି:

ଏଥିପାଇଁ ୧-୨ ଟେବୁଲ୍ ଚାମଚ ମନ୍ଦାର ଫୁଲ ପାଉଡର ଏବଂ ଆଲୋଭେରା ଜେଲ୍ ମିଶାଇ ଏହାକୁ ୩୦ ମିନିଟ୍ କିମ୍ବା ଶୁଖିବା ପର୍ଯ୍ୟନ୍ତ କେଶରେ ଲଗାଇ ରଖନ୍ତୁ । ପରେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ୱାରା କେଶ ଶୁଖିଲା ଦେଖାଯିବା ଏବଂ ଝଡିବା ସମସ୍ୟା ଦୁର କରି ସୁନ୍ଦର, ଘନ, ନରମ ଏବଂ ଚମକପୂର୍ଣ୍ଣ ହେବାରେ ସାହାଯ୍ୟ କରିଥାଏ ।

ଘନ କେଶ ପାଇଁ:

ମନ୍ଦାର ଫୁଲରେ ଥିବା ଆମିନୋ ଏସିଡ୍ କେଶକୁ ପୋଷଣ ଯୋଗାଇଥାଏ । ଏହା କେଶର ମୂଳକୁ ଅଧିକ ମଜବୁତ କରିଥାଏ । କେଶ ଝଡ଼ିବା ସମସ୍ୟାକୁ ଦୂର କରି ଶିଘ୍ର ବଢିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, କେଶରେ ଏକ କଣ୍ଡିସନର ଭାବରେ ମଧ୍ୟ କାମ କରିଥାଏ ।

ପ୍ରସ୍ତୁତି:

୫ଟି ମନ୍ଦାର ଫୁଲ ଏବଂ ପତ୍ରକୁ ଗ୍ରାଇଣ୍ଡ୍ କରନ୍ତୁ । ତା’ପରେ ୧-୨ ବଡ ଚାମଚ ଅଲିଭ୍ ଏବଂ ବାଦାମ ତେଲକୁ ମିଶାଇ ୩୦ ମିନିଟ୍ ପାଇଁ ମୁଣ୍ଡରେ ଲଗାନ୍ତୁ । ପରେ ଏହାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

ରୁପି ପାଇଁ:

ସିଜନ୍ ଯାହା ବି ହେଉନା କାହିଁକି ରୁପି  ସମସ୍ୟା ହେବା ସାଧାରଣ କଥା ।, ଆପଣ ଏଥିରୁ ମୁକ୍ତି ପାଇବା ପାଇଁ ମନ୍ଦାର ଫୁଲର ହେୟାର ପ୍ୟାକ୍ ଲଗାଇ ପାରିବେ ।

ପ୍ରସ୍ତୁତି:

୧ ବଡ ଚାମଚ ମନ୍ଦାର ଫୁଲ ଏବଂ ପତ୍ରର ପାଉଡର ନିଅନ୍ତୁ । ୧ ବଡ ଚାମଚ ହେନା ପାଉଡର ଏବଂ ଏଥିରେ ୧/୨  ଲେମ୍ବୁ ରସ ମିଶାଇ ମୁଣ୍ଡରେ ଲଗାନ୍ତୁ । ଏହାକୁ ୩୦ ମିନିଟ୍ ରଖି ପରେ ସଫା ପାଣିରେ ଧୋଇ ଦିଅନ୍ତୁ ।

   Related Posts