AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଆସାମ ଏବଂ ଅରୁଣାଚଳପ୍ରଦେଶରେ ବଡ ବନ୍ୟା ନେଇ ଆଲର୍ଟ

20/10/2018 at 6:40 PM

ଆସାମ;୨୦/୧୦- ଆସାମ ଏବଂ ଅରୁଣାଚଳପ୍ରଦେଶରେ ବଡ ବନ୍ୟା ନେଇ ଆଲର୍ଟ। ଭୂସ୍ଖଳନ ଯୋଗୁ ଚୀନ ଅଧିକୃତ ତିବ୍ଦତର ୟାରଲୁଙ୍ଗ ସାଙ୍ଗପୋ ନଦୀ ପାଣି ଅଟକିଯାଇଛି । ଏହା ଫଳରେ ସୃଷ୍ଟି ହୋଇଥିବା କୃତ୍ରିମ ହ୍ରଦର ଜଳସ୍ତର ବିପଦ ସଂକେତ ଟପିଛି । ଏହି ବନ୍ୟା ଜଳ ତଳମୁଣ୍ଡକୁ ଆସିଲେ ବଡ ବନ୍ୟା ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ଭାରତ ସରକାରକୁ ଚୀନ ସୂଚନା ଦେଇଛି । ସାଙ୍ଗପୋ ନଦୀ ଭାରତ ଭିତରେ ପଶିବା ପରେ ଅରୁଣାଚଳ ପ୍ରଦେଶରେ ତାକୁ ସିଆଙ୍ଗ ନଦୀ ବୋଲି କୁହାଯାଏ । ସିଆଙ୍ଗ ନଦୀରେ ବନ୍ୟା ଆସିବର ଭୟ ଥିବାରୁ ଅରୁଣାଚଳପ୍ରଦେଶର ଅନେକ ଇଲାକାରେ ହାଇ ଆଲର୍ଟ ଜାରି କରାଯାଇଛି । ଏହି ନଦୀ ତଳମୁଣ୍ଡରେ ବ୍ରହ୍ମପୁତ୍ରରେ ମିଶୁଥିବାରୁ ଆସାମରେ ମଧ୍ୟ ବନ୍ୟା ସତର୍କତା ଜାରି କରାଯାଇଛି । NDRF କୁ ସଜାଗ ରଖାଯାଇଛି ।

   Related Posts