oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ଏଚଡିଏଫସି ଓ ଏଚଡିଏଫସି ବ୍ୟାଙ୍କର ବିଲୟ ପାଇଁ ରାସ୍ତା ପରିଷ୍କାର : ବଢିଲା ଉଭୟ କମ୍ପାନୀର ଷ୍ଟକ୍ ପ୍ରାଇସ

4/04/2022 at 12:09 PM

ନୂଆଦିଲ୍ଲୀ, ୦୪/୦୪:   ଦେଶର ସବୁଠୁ ବଡ ହାଉସିଂ ଫାଇନାନ୍ସ କମ୍ପାନୀ ଏଚଡିଏଫସି ଓ ସବୁଠାରୁ ବଡ ପ୍ରାଇଭେଟ୍ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କର ହେବ ବିଲୟ । ବିଲୟର ରାସ୍ତା ସଫା ମଧ୍ୟ ହୋଇଯାଇଛି । ଉଭୟ କମ୍ପାନୀର ବୋର୍ଡ ସୋମବାର ଅନୁଷ୍ଠିତ ବୈଠକରେ ଏନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି ।ଏହି ଖବର ପରେ ଉଭୟଙ୍କର ଷ୍ଟକର ଦାମ୍ ବଢିଥିବା ଦେଖିବାକୁ ମିଳିଛି ।

ଷ୍ଟକ୍ ଦାମ୍ ବଢିଲା

ସୋମବାର ଉଭୟ କମ୍ପାନୀର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା । ସେମାନେ ବିଲୟ ନେଇ ସମ୍ମତି ପ୍ରକାଶ କରିଛନ୍ତି । ଏନେଇ ଉଭୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହାସହ ବିସ୍ତାର ଭାବେ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି । ଏହି ଖବର ପରେ ଉଭୟ କମ୍ପାନୀର ଷ୍ଟକ୍ ରକେଟ୍ ଭଳି ଲାଭ ପାଇଛି । ଏଚଡିଏଫସିର ଷ୍ଟକ୍ ଦାମ୍ ୧୩.୬୦ ପ୍ରତିଶତ ବଢିଥିବା ବେଳେ ଏଚଡିଏଫସି ବ୍ୟାଙ୍କର ଷ୍ଟକ୍ ଦାମ୍ ୧୦ ପ୍ରତିଶତ ବୃଦ୍ଧି ଘଟିଛି ।

ଏବେ ଏହି ନିୟାମକର ମଞ୍ଜୁରୀ ଦରକାର

ଉଭୟ କମ୍ପାନୀ କହିଛନ୍ତି ଯେ, ଏବେ ବିଭିନ୍ନ ନିୟାମକର ମଞ୍ଜୁରୀ ମିଳିବା ବାକି ରହିଛି । ସେମାନଙ୍କୁ ଆରବିଆଇ, ସେବି, ସିସିଆଇ, ନ୍ୟାଶନାଲ ହାଉସିଂ ବ୍ୟାଙ୍କ୍, ଆଇଆରଡିଏଆଇ, ବିଏସଇ ଓ ଏନଏସଇର ମଞ୍ଜୁରୀ ଦରକାର । ଏହାବ୍ୟତୀତ ନିଜର ସେୟାର ହୋଲ୍ଡରଙ୍କଠୁ ସେମାନେ ମଞ୍ଜୁରୀ ପାଇବା ଦରକାର । ସମସ୍ତ ମଞ୍ଜୁରୀ ପରେ ଏଚଡିଏଫସିର ସମସ୍ତ ଆସୋସିଏଟ୍ ଏଚଡିଏଫସି ବ୍ୟାଙ୍କର ଅଂଶ ହୋଇଯିବେ ।

କମ୍ପାନୀ ଦ୍ୱୟ ଆହୁରି କହିଛନ୍ତି ଯେ, ଏଚଡିଏଫସି ଲିମିଟେଡର ସେୟାରହୋଲ୍ଡର ୨ ଟଙ୍କାର ସେସ୍ ଭାଲୁ ଥିବା ୨୫ଟି ସେୟାର ବଦଳରେ ଏଚଡିଏଫସିରୁ ୪୨ଟି ସେୟାର ପାଇବେ । ଯାହାର ଭାଲ୍ୟୁ ୧ ଟଙ୍କା ହେବ । ଏଚଡିଏଫସି ବ୍ୟାଙ୍କ ଶତ ପ୍ରତିଶତ ପବ୍ଲିକ୍ ସେୟାର ହୋଲ୍ଡିଂ କମ୍ପାନୀ ହୋଇଯିବ ।  

   Related Posts