ଶୀର୍ଷ କମାଣ୍ଡରର ହତ୍ୟା ପରେ ପ୍ରତିଶୋଧ ଲକ୍ଷ୍ୟରେ ହିଜବୁଲା, ଇସ୍ରାଏଲ୍ ଉପରେ ମାଡ଼ କଲା ୨୦୦ ରକେଟ୍

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ: ହମାସ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ୯ ମାସରେ ରହିଛି । ଏହାରି ଭିତରେ ଗୁରୁବାର ଲେବାନନର ଆତଙ୍କୀ ଗୋଷ୍ଠୀ ହିଜବୁଲା ଇସ୍ରାଏଲ୍ ଉପରେ ୨୦୦ରୁ ଅଧିକ ରକେଟ୍ ଏବଂ ଡ୍ରୋନ୍ ମାଡ଼ କରିଛି । ସିନିୟର କମାଣ୍ଡରଙ୍କ ହତ୍ୟା ପରେ ପ୍ରତିଶୋଧ ନେବା ପାଇଁ ହିଜବୁଲା ଇସ୍ରାଏଲ୍ ସୈନ୍ୟ ଶିବିରକୁ ଟାର୍ଗେଟ୍ କରିଛି ।

ଗତ ନଅ ମାସ ଧରି ଗାଜା ଏବଂ ଇସ୍ରାଏଲ ମଧ୍ୟରେ ଜାରି ସଂଘର୍ଷରେ ନିହତ ହୋଇଥିବା ନାସିର ଓରଫ ହଜ ଅବୁ ନିମାହ ହେଉଛି ହିଜବୁଲାର ତୃତୀୟ ଶୀର୍ଷ ନେତା । ନାସିରର ମୃତ୍ୟ ପରେ ହିଜବୁଲା ବୁଧବାର ଇସ୍ରାଏଲ ଉପରେ ୧୦୦ରୁ ଅଧିକ ରେକଟ୍ ମାଡ଼ କରିଥିଲା ।

ଗୁରୁବାର ହୋଇଥିବା ଆକ୍ରମଣ ଲେବାନନ-ଇସ୍ରାଏଲ ସୀମାରେ ଆଜି ଯାଏଁର ସବୁଠାରୁ ବଡ଼ ଆକ୍ରମଣ । ହିଜବୁଲା ଦ୍ୱାରା ଉତ୍ତର ଇସ୍ରାଏଲୀ ଏବଂ ସିରିଆ କବଜାରେ ଥିବା ଗୋଲାନ ହାଇଟ୍ସରେ ସୈନ୍ୟ ଠିକଣା ଉପରେ ବିସ୍ଫୋଟକ ଡ୍ରୋନ୍ ମାଡ଼ ଦ୍ୱାରା ଉତ୍ତେଜନା ବଢିଛି । 

ଇସ୍ରାଏଲ ସେନା କହିଛି ଯେ ତାଙ୍କ ଯବାନ ଦକ୍ଷିଣ ଲେବାନନକୁ ଟାର୍ଗେଟ୍ କରିଛନ୍ତି କାରଣ ସେହି ଅଞ୍ଚଳରୁ ଇସ୍ରାଏଲର ବିଭିନ୍ନ କ୍ଷେତ୍ରକୁ ଲେବାନନ୍ ପକ୍ଷରୁ ଆକାଶମାର୍ଗରୁ ଟାର୍ଗେଟ୍ କରାଯାଇଛି । ଆଇଡିଏଫ୍ କହିଛି ଯେ ଆକ୍ରମଣ ପରେ ଉତ୍ତର ଇସ୍ରାଏଲର ଅନେକ କ୍ଷେତ୍ରରେ ନିଆଁ ଲାଗିଯାଇଛି ।

ଇସ୍ରାଏଲ୍ ମିଡିଆ ଅନୁସାରେ ଇସ୍ରାଏଲୀ ସୈନିକଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ଗୋଟିଏ ପ୍ରୋଜେଷ୍ଟାଇଲରୁ ଟାର୍ଗେଟ୍ କରାଯାଇଛି । କଥିତ ରୂପେ ଦୁଇଟି ବିଲ୍ଡିଂକୁ ସିଧା ଟାର୍ଗେଟ୍ କରାଯାଇଛି । ଇସ୍ରଏଲ୍ ଆମ୍ୱୁଲାନ୍ସ ସେବାର ମ୍ୟାଗନ ଡେଭିଡ୍ ଏଡୋମ କହିଛନ୍ତି ଯେ ଦୁଇ ମହିଳାଙ୍କୁ ସମାନ୍ୟ ଆଘାତ ଲାଗିଛି ଏବଂ ଉତ୍ତର ଇସ୍ରାଏଲର ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସେନା ଅନୁସାରେ ପଶ୍ଚିମରେ ନାରହିୟାରୁ ପୂର୍ବରେ ଗୋଲାନ ଯାଏ ଉତ୍ତର କ୍ଷେତ୍ରର ବିଭିନ୍ନ ଅଞ୍ଚଳରେ ୯୦ ମିନିଟ ଯାଏ ଆଲର୍ଟ ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.