ନୂଆଦିଲ୍ଲୀ: ମଧ୍ୟାପ୍ରାଚ୍ୟ ଯୁଦ୍ଧ ସ୍ଥିତି ଜଟିଳ ହେବାରେ ଲାଗିଛି । ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରିଛି ହିଜବୁଲ୍ଲା । ଆତଙ୍କବାଦୀ ସଂଗଠନର ଏହା ସବୁଠାରୁ ବଡ଼ ପ୍ରହାର ବୋଲି କୁହାଯାଉଛି । ଇସ୍ରାଏଲ ଡିଫେନ୍ସ ଫୋର୍ସର ବେସ୍ କ୍ୟାମ୍ପ ଉପରେ ଡ୍ରୋନ ହମଲା କରିଛି ଲେବାନନ । ଏହି କାଉଣ୍ଟର ଆଟାକରେ ଆଇଡିଏଫର ୪ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ସେହିପରି ୬୦ ଅଧିକ ସୈନ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି ।
ହିଜବୁଲ୍ଲା ଆତଙ୍କୀ ସଂଗଠନ ଇସ୍ରାଏଲର ବିନ୍ୟାମିନା ମିଲିଟାରୀ ବେସ୍କୁ ଟାର୍ଗେଟ୍ କରିଥିଲା । ହିଜବୁଲ୍ଲାର ଏହି ଆକ୍ରମଣ ଏପର୍ଯ୍ୟନ୍ତ ସବୁଠୁ ବଡ଼ ହମଲା ବୋଲି କୁହାଯାଉଛି । ଏହି ଘାତକ ହମଲାରେ ୬୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।
ହିଜବୁଲ୍ଲା ଚରମପନ୍ଥୀ ଗୋଷ୍ଠୀ ଇସ୍ରାଏଲର ହାଇଫା ସହରକୁ ଟାର୍ଗେଟ୍ କରି ଆଇଡିଏଫ ବେସ୍ କ୍ୟାମ୍ପ ଉପରେ ଡ୍ରୋନ୍ ଏବଂ ରକେଟ୍ ହମଲା କରିଥିଲା । ଏହି କାଉଣ୍ଟର ଆଟାକରେ ଲେବାନନ ୨୫ଟି ରକେଟ୍ ଏବଂ ମିସାଇଲ୍ ମାଡ଼ କରିଛି । ଇସ୍ରାଏଲର ଟିଭି ଚ୍ୟାନେଲ୍ 12 ଅନୁଯାୟୀ, ହିଜବୁଲ୍ଲା ଆକ୍ରମଣ ପୂର୍ବରୁ ଇସ୍ରାଏଲ କୌଣସି ଜରୁରୀକାଳୀନ ବର୍ଣ୍ଣିଂ ସାଇରନ ବାଜିନଥିଲା ।
ଉତ୍ତର ଇସ୍ରାଏଲର ରବିବାର ବିଳମ୍ବିତ ରାତିରେ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । ଏହା ପରେ ହିଜବୁଲ୍ଲା ଆତଙ୍କୀ ସଂଗଠନ ଘନଘନ ରକେଟ୍ ମାଡ଼ କରିଥିଲା । ୨୦୨୩ ଅକ୍ଟୋବର ୭ ତାରିଖ ପରେ ଲେବାନନର ଏହା ସବୁଠୁ ବଡ଼ ହମଲା । ଆଇଡିଏଫର କହିବା କଥା, ହିଜବୁଲ୍ଲା ଇସ୍ରାଏଲର ସ୍କୁଲ ଏବଂ ଜାତିସଂଘର ଏକ ବିଲ୍ଡିଂ ନିକଟରେ ରକେଟ୍ ମାଡ଼ କରିଛି । ଏହା ପୂର୍ବରୁ ଅର୍ଥାତ୍ ୬ ଅକ୍ଟୋବରରେ ହିଜବୁଲ୍ଲା ଇସ୍ରାଏଲର ଏକ ସ୍କୁଲ ଠାରୁ ମାତ୍ର ୨୫ ମିଟର ଦୂରରେ ରକେଟ୍ ହମଲା କରିଥିଲା । ସେହିପରି ୟୁଏନ ବିଲ୍ଡିଂରୁ ମାତ୍ର ୨୦୦ ଦୂରରେ ଏହି ହମଲା କରିଛି । ଏଭଶି ଆକ୍ରମଣକୁ ରୋକିବାକୁ ଆଇଡିଏଫ ଦକ୍ଷିଣ ଲେବାବନରେ ଅପରେସନ ଆରମ୍ଭ କରିଛି ।