ସୂର୍ଯ୍ୟପରାଗରେ ଚିକେନ୍ ବିରିୟାନୀ ଖାଇବା ଘଟଣା, ହେତୁବାଦୀଙ୍କୁ ଲିଗାଲ ନୋଟିସ୍

Published By : Prameya-News7 Bureau | October 28, 2022 IST

ଭୁବନେଶ୍ୱର ୨୮।୧୦: ସୂର୍ଯ୍ୟପରାଗରେ ଚିକେନ୍ ବିରିୟାନୀ ଖାଇବା ଘଟଣାରେ ହେତୁବାଦୀଙ୍କୁ ଲିଗାଲ ନୋଟିସ୍ । ହେତୁବାଦୀ ପ୍ରତାପ ରଥଙ୍କୁ ଲିଗାଲ ନୋଟିସ ପଠାଇଲେ ଆଇନଜୀବୀ ସନ୍ଦୀପନ ମିଶ୍ର । ନିଃସର୍ତ କ୍ଷମା ପ୍ରାର୍ଥନା ପାଇଁ ନୋଟିସରେ ଉଲ୍ଲେଖ କରାଯାଇଛି । ୭ ଦିନ ଭିତରେ ପକ୍ଷ ରଖ, ନଚେତ ହାଇକୋର୍ଟରେ ମାମଲା ଦାଏର କରାଯିବ ବୋଲି ଲିଗାଲ୍ ନୋଟିସ୍ ରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ ଯେ, ଗତ ସୋମବାର ସୂର୍ଯ୍ୟପରାଗ ଦିନ ହେତୁବାଦୀ ସଂଗଠନ ତରଫରୁ ସବୁଠି ବିରିୟାନୀ ବଣ୍ଟନ କରାଯାଇଥିଲା । ଧର୍ମୀୟ ଭାବନା ସହ ବିଜ୍ଞାନକୁ ଭୁଲ ଦର୍ଶାଇ ନିଜେ ମଧ୍ୟ ବିରିୟାନୀ ଖାଇଥିଲେ । ଏପରିକି ସଂଗଠନ ତରଫରୁ ସଦସ୍ୟମାନେ ନିଜେ ମଧ୍ୟ ଖାଇଥିଲେ । ଯାହାକୁ ନେଇ ଅନେକ ତର୍କ ବିତର୍କ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.