ଶିପୁରାରେ ହେଟା ବାଘ ଆକ୍ରମଣ, ୩ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
16/05/2022 at 9:57 PM

ମାହାଙ୍ଗା,୧୬/୦୫: ହେଟା ଆକ୍ରମଣରେ ମାହାଙ୍ଗା ଶିପୁରା ଅଞ୍ଚଳରେ ୩ ଜଣ ଗୁରୁତର । ଶିପୁରା ଠାରେ କଖାରୁ କ୍ଷେତରେ ଶ୍ରମିକ ଭାବେ କାମ କରୁଥିବା ସମୟରେ ପଶ୍ଚିମବଙ୍ଗ ଅଞ୍ଚଳର ଅଚିନ୍ତ ନାୟକ, ବାଲେଶ୍ଵର ଅଞ୍ଚଳର ବାପୁନ ପାଲିଙ୍କୁ ହଠାତ୍ ହେଟା ବାଘ ଆକ୍ରମଣ କରି ଗୁରୁତର କରିଥିବାବେଳେ, ଶିପୁରା ନିକଟରେ ଛିଡା ହୋଇଥିବା ବଡ଼ଚଣା ଅଞ୍ଚଳର ଅଶୋକ ସେନାପତିଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଗୁରୁତର ହୋଇ ଦୁଇଜଣ ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟଜଣକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।