ଏହି ଅଭିନେତ୍ରୀମାନେ ହୋଇଛନ୍ତି ସୁଟିଂ ସମୟରେ ଗର୍ଭବତୀ : ଜାଣନ୍ତୁ କିଏ ଏହି ଅଭିନେତ୍ରୀମାନେ
5/06/2019 at 12:56 PM

ମୁମ୍ବାଇ ୫/୬: କେତେକ ବଲିଉଡ ଅଭିନେତ୍ରୀ ଫିଲ୍ମ ସୁଟିଂ ସମୟରେ ଗର୍ଭବତୀ ଥିଲେ। ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ

୧.ଐଶ୍ଚର୍ଯ୍ୟା ବଚ୍ଚନ : ୨୦୧୨ମସିହାରେ ଆସିଥିବା ଫିଲ୍ମ ‘ହିରୋଇନ୍’ର ସୁଟିଂ ସମୟରେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଗର୍ଭବତୀ ଥିଲେ। ଏହି କାରଣରୁ ସେ ଫିଲ୍ମର ସୁଟିଂ ଅଧାରୁ ଛାଡ଼ି ଦେଇଥିଲେ।

ଏହି ଫିଲ୍ମରେ ଐଶ୍ଚର୍ଯ୍ୟା ବଚ୍ଚନଙ୍କର କେତେକ ସିନ୍ ସୁଟିଂ ହୋଇଯାଇଥିଲା,କିନ୍ତୁ ଐଶ୍ଚର୍ଯ୍ୟା ବଚ୍ଚନ ମନା କରିବାରୁ ଏହି ଫିଲ୍ମ ପାଇଁ କରୀନା କପୁରଙ୍କୁ କାଷ୍ଟ କରାଯାଇଥିଲା। ଐଶ୍ଚର୍ଯ୍ୟା ବଚ୍ଚନ ଫିଲ୍ମ ଛାଡ଼ିବାରୁ ଫିଲ୍ମ ନିର୍ମାତାଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା।

୨.ଶ୍ରୀଦେବୀ : ୧୯୯୭ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଜୁଦାଇ’ର ସୁଟିଂ ସମୟରେ ଶ୍ରୀଦେବୀ ଗର୍ଭବତୀ ହୋଇ ଯାଇଥିଲେ। ସେହି ସମୟରେ ଶ୍ରୀଦେବୀ ଅବିବାହିତ ଥିଲେ। ଏହି ଫିଲ୍ମର ସୁଟିଂ ହେବାର କିଛି ଦିନ ପରେ ଶ୍ରୀଦେବୀ ,ବୋନି କପୁରଙ୍କୁ ବିବାହ କରିଥିଲେ।

୩.ଜୟା ବଚ୍ଚନ : ମହାନାୟକ ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ମଧ୍ୟ ଫିଲ୍ମ ସୁଟିଂ ସମୟରେ ଗର୍ଭବତୀ ଥିଲେ। ୧୯୭୫ରେ ଆସିଥିବା ଫିଲ୍ମ ‘ସୋଲେ’ର ସୁଟିଂ ସମୟରେ ଜୟା ବଚ୍ଚନ ଗର୍ଭବତୀ ହୋଇଥିଲେ। ଏହି ଫିଲ୍ମର ଏକ ସିନରେ ଜୟାଙ୍କର ବେବି ବମ୍ପ ପରିଷ୍କାର ଭାବେ ଦେଖାଯାଉଛି।

୪.ଜୁହି ଚାଓ୍ବଲା : ଜୁହି ଚାଓ୍ବଲା ୨୦୦୧ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଆମଦାନୀ ଆଠାନି ଖର୍ଚ୍ଚା ରୁପୟା’ ସୁଟିଂ ସମୟରେ ଗର୍ଭବତୀ ହୋଇଥିଲେ। ଆଜି ମଧ୍ୟ ଲୋକେ ଜୁହିଙ୍କର ହସକୁ ପସନ୍ଦ କରନ୍ତି।