ବିଚ୍ ରାସ୍ତାରେ ହିରୋଙ୍କ ଦାଦାଗିରି, ହିରୋଇନ୍ଙ୍କୁ ମାଡ ସହ ଦୁର୍ବ୍ୟବହାର
18/01/2023 at 12:15 PM

ଜଗତସିଂହପୁର ୧୮/୦୧: ଯାତ୍ରା ସ୍ୱର୍ଣ୍ଣ ମହଲର ହିରୋଙ୍କ ହିରୋ ଗିରି । ସେ ପୁଣି ଯାତ୍ରା ପେଣ୍ଡାଲ ଉପରେ ନୁହେଁ ବିଚ ରାସ୍ତାରେ ।
ମଙ୍ଗଳବାର କୁଜଙ୍ଗ ବ୍ଲକ ମଙ୍ଗରାଜପୁର ଠାରେ ଚାଲିଥିବା ଯାତ୍ରା ସାରିବା ପରେ ଭୋର ୫ଟା ସମୟରେ ଯାତ୍ରା ହିରୋଇନ ମାମୁନିଙ୍କୁ ବିଚ୍ ରାସ୍ତା ଉପରେ ନିସ୍ତୁକ ଭାବେ ମାଡ଼ ମାରିବାର ଦେଖିବାକୁ ମିଳିଥିଲା । ତେବେ ସ୍ଥାନୀୟ ଲୋକ ରୋକିବାରୁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ହିରୋ ଦୁର୍ବ୍ୟବହାର କରିବା ଦେଖିବାକୁ ମିଳିଥିଲା ।
କିଛି ସ୍ଥାନୀୟ ଯୁବକ ମାନେ ଯୁବତୀକୁ ଉଦ୍ଧାର କରି ନେଇ ସ୍ଥାନୀୟ କୁଜଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ତେବେ ଏ ବାବଦରେ ରେ କାହାରି କିଛି ପ୍ରତିକ୍ରିୟା ମିଳିପାରିନାହିଁ ।
Related Posts
ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ, ବନ୍ଧୁମାନଙ୍କ ସହ ମନମାଳିନ୍ୟ ଘଟିପାରେ
29 January 2023