LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୁଣି ବାଇକ୍‌ ମୂଲ୍ୟ ବଢ଼ାଇବ ହିରୋ ମୋଟୋକର୍ପ, ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ପରେ ନିଷ୍ପତ୍ତି

22/03/2023 at 6:51 PM

ନୂଆଦିଲ୍ଳୀ, ୨୨/୦୩: ଦେଶର ଅଗ୍ରଣୀ ଦୁଇଚକିଆ ଯାନ କମ୍ପାନି ହିରୋ ମୋଟୋକର୍ପ ବାଇକ୍ ମୂଲ୍ୟ ବଢ଼ାଇବାକୁ ଯାଉଛି। ଏହି ବର୍ଦ୍ଧିତ ମୂଲ୍ୟ ଆସନ୍ତା ମାସଠାରୁ ଲାଗୁହେବ। ବୁଧବାର ହିରୋ ମୋଟୋକର୍ପ ତରଫରୁ କୁହାଯାଇଛି ଯେ ନିର୍ଗମନ ନିୟମ ଅନୁଯାୟୀ ଉତ୍ପାଦନ ମୂଲ୍ୟ​‌ରେ ପଡ଼ୁଥିବା ପ୍ରଭାବକୁ କମ୍ କରିବା ପାଇଁ ଆସନ୍ତା ମାସ ଠାରୁ ବିଭିନ୍ନ ମଡେଲର ମୂଲ୍ୟରେ ୨ ପ୍ରତିଶତ ବୃଦ୍ଧି କରାଯିବ।

ଏହି ପରିବର୍ତ୍ତନ ଏପ୍ରିଲ ୧ ଠାରୁ ଲାଗୁ ହେବ। କମ୍ପାନିର ବିଭିନ୍ନ ମୋଟର ସାଇକେଲ୍‌ ଏବଂ ସ୍କୁଟରର ମୂଲ୍ୟ ବୃଦ୍ଧି ହାରାହାରି ୨ ପ୍ରତିଶତ ପର୍ଯ୍ୟନ୍ତ ହେବ। ଏହା ଭିନ୍ନ ଭିନ୍ନ ମଡେଲ ହିସାବରେ ଲାଗୁହେବ। ତେବେ ଏହି ଦାମ୍‌ ପରିବର୍ତ୍ତନ ମୁଖ୍ୟତଃ ଓବିଡି -୨ ଟ୍ରାନ୍‌ଜିସନ୍‌ ଅନୁଯାୟୀ କରାଯାଉଛି। ଯାହାକି ପ୍ରଦୂଷଣ ନିୟମ ଅନ୍ତର୍ଗତ। କମ୍ପାନି କହିଛି ହିରୋ ମୋଟୋକର୍ପ ଗ୍ରାହକଙ୍କ ଉପରେ ପ୍ରଭାବକୁ କମ୍ କରିବା ପାଇଁ ଅଭିନବ ଆର୍ଥିକ ସମାଧାନ ପ୍ରଦାନ କରିବା ଜାରି ରଖିବ।

ସୂଚନାଯୋଗ୍ୟ, ଭାରତୀୟ ଅଟୋମୋବାଇଲ୍ ଉଦ୍ୟୋଗ ବର୍ତ୍ତମାନ ଏହାର ଉତ୍ପାଦନକୁ ବିଏସ୬ ର ଦ୍ବିତୀୟ ପର୍ଯ୍ୟାୟକୁ ପୂରା କରିବା ପାଇଁ କାମ କରୁଛି। ୧ ଏପ୍ରିଲରୁ ବାହନର ରିୟଲ-ଟାଇମ୍‌ ଡ୍ରାଇଭିଙ୍ଗ୍ ଏମିସନ୍‌ (ପ୍ରଦୂଷଣ) ସ୍ତର ଉପରେ ନଜର ରଖିବା ପାଇଁ ଏକ ଉପକରଣର ଆବଶ୍ୟକତା ପଡ଼ିବ। ଏହି ଡିଭାଇସ ଦ୍ବାରା ଗାଡ଼ିର ନିର୍ଗମନ ଉପରେ ନଜର ରଖାଯାଇପାରିବ। ଯେଉଁଥିରେ ଡିଭାଇସ କ୍ୟାଟେଲିଟିକ୍ କନଭର୍ଟର ଏବଂ ଅକ୍ସଜେନ୍‌ ସେନ୍ସର ରହିଛି। ଏହି ଡିଭାଇସ୍‌ ପ୍ରଦୂଷଣ ମାନକକୁ ପୂରା କରିବା ଦିଗରେ ଲଗାତାର ନଜର ରଖିବ।

   Related Posts