ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଦୁଇ ଚକିଆ ଗାଡି ନିର୍ମାତା ହିରୋ ମୋଟୋକୋର୍ପ ସେପ୍ଟେମ୍ୱର ୨୨ ଗୁରୁବାର ନିଜର ବାଇକ ଗୁଡିକର ମୂଲ୍ୟରେ ବୃଦ୍ଧି ଘୋଷଣା କରିଛି । ବାଇକ ଗୁଡିକର ମୂଲ୍ୟରେ ୧୦୦୦ ଟଙ୍କା ଯାଏଁ ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ଆଜିଠାରୁ ଲାଗୁ ହେବ । ନିର୍ମାଣ ଖର୍ଚ୍ଚ ବୃଦ୍ଧି ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ମନିକଣ୍ଟ୍ରୋଲରେ ପ୍ରକାଶତି ରିପୋର୍ଟ ଅନୁସାରେ, ହିରୋ କମ୍ପାନି ସେୟାର ବଜାରକୁ ସୂଚନା ଦେଇ କହିଛି, ହିରୋ ମୋଟୋକୋର୍ପ ତତ୍କାଳ ପ୍ରଭାବରୁ ନିଜର ଦୁଇ ଚକିଆ ଗାଡିର ମୂଲ୍ୟ ବୃଦ୍ଧି କରୁଛି । କମ୍ପାନି ଅନୁସାରେ, ଏହି ବୃଦ୍ଧି ଭିନ୍ନ ଭିନ୍ନ ମଡେଲ ହିସାବରେ ୧୦୦୦ ଟଙ୍କା ଯାଏଁ କରାଯାଇଛି । ନିର୍ମାଣ ଖର୍ଚ୍ଚର ବୋଝକୁ କମାଇବାକୁ ଏହି ନିଷ୍ପତ୍ତି ନିଆଯାଇଥିବା କମ୍ପାନି କହିଛି ।
କମ୍ପାନି ଅନୁସାରେ, ଗତ ମାସରେ କମ୍ପାନିର ବାର୍ଷିକ ଆଧାରରେ ୧.୯୨ ପ୍ରତିଶତ ବୃଦ୍ଧି ସହ ୪,୬୨,୬୦୮ ୟୁନିଟ ବିକ୍ରି କରାଯାଇଛି । ଅନ୍ୟପଟେ ୨୦୨୧ରେ ମୋଟ ୪,୫୩,୮୭୯ ୟୁନିଟ ବିକ୍ରି ହୋଇଥିଲା । ତେବେ କମ୍ପାନିର ରପ୍ତାନୀ ଗତ ମାସରେ ହ୍ରାସ ହୋଇ ୧୧,୮୬୮ ୟୁନିଟ ହୋଇଛି, ପୂର୍ବ ବର୍ଷ ସମାନ ଅବଧିରେ ମୋଟ ରପ୍ତାନୀ ୨୨,୭୪୨ ୟୁନିଟ ଥିଲା।