AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ଜାନୁଆରୀ ୨୦୨୩ରେ ମହଙ୍ଗା ହେବା କାର୍‌: ୯୦ ହଜାର ପର୍ଯ୍ୟନ୍ତ ବଢ଼ିପାରେ ମୂଲ୍ୟ

18/12/2022 at 6:35 PM

ନୂଆଦିଲ୍ଲୀ: ମହଙ୍ଗା ବଜାରରୁ ଗ୍ରାହକଙ୍କୁ ନିସ୍ତାର ନାହିଁ। ମହଙ୍ଗା ହେବ ୨୦୨୩ । ଜାନୁଆରୀ ମାସରୁ ମହଙ୍ଗା ହେବେ ଟୁ ହ୍ୱିଲର ଓ କାର। ଏନେଇ ଭାରତୀୟ ଅଟୋ କମ୍ପାନୀଗୁଡ଼ିକ ପୂର୍ବରୁ ଘୋଷଣା କରିସାରିଲେଣି। ଆସନ୍ତା ମାସ ଠାରୁ ନୂଆ ଦର ଲାଗୁ ହେବ। ନିର୍ମାଣ ମୂଲ୍ୟ ବଢ଼ିବା ଓ ୨୦୨୩ ଏପ୍ରିଲ୍‌ ଲାଗୁ ହେବାକୁ ଥିବା ଇମିସନ ନିୟମର ପାଳନ ହେତୁ ମୂଲ୍ୟ ବୃଦ୍ଧି କରାଯାଉଛି ବୋଲି କମ୍ପାନୀମାନେ କହିଛନ୍ତି।

ଏପ୍ରିଲ୍‌ରେ ଲାଗୁ ହେବାକୁ ଥିବା ନୂଆ ନିୟମ ଅନୁସାରେ, ଗାଡ଼ିଗୁଡ଼ିକରେ ସ୍ୱତଃ ଭାବରେ ପ୍ରଦୂଷଣ ମାପିବା ପାଇଁ ଏକ ଅନବୋର୍ଡ ସେଲ୍ଫ ଡାଇଗ୍ନୋଷ୍ଟିକ ଡିଭାଇସ୍ ହେବା ଦରକାର। ଫଳରେ ନିଜେ ହିଁ ପ୍ରଦୂଷଣ ମାପିପାରିବେ।

ଆସନ୍ତା ଜାନୁଆରୀରୁ ମାରୁତି ସୁଜୁକି, ହ୍ୟୁଣ୍ଡାଇ, ଟାଟା ମଟର୍ସ, ମର୍ସିଡିଜ୍, ବେଞ୍ଜ୍, ଅଡି, ରିନୌଲ୍ଟ, କିଆ ଇଣ୍ଡିଆ ଏବଂ ଏମ୍‌ଜି ମଟର ଆଦି କମ୍ପାନୀଗୁଡ଼ିକର କାର୍ ଦାମ ବଢ଼ିବ। ଏହି କମ୍ପାନୀମାନେ ଗାଡ଼ି ମୂଲ୍ୟ ବଢ଼ାଇବା ପାଇଁ ଘୋଷଣା କରିସାରିଛନ୍ତି। ଏନେଇ ହଣ୍ଡା କାର୍ସ ଇଣ୍ଡିଆ ଭାଇସ ପ୍ରେସିଡେଣ୍ଟ( ସେଲ୍ସ ଆଣ୍ଡ ମାର୍କେଟିଂ) କୁନାଲ ଭେଲ କହିଛନ୍ତି ଯେ ପ୍ରତିଯୋଗୀତା ବଢ଼ୁଥିବାରୁ କାର ନିର୍ମାଣରେ ଇନ୍‌ପୁଟ କଷ୍ଟ ବଢ଼ୁଛି। ତେଣୁ ଜାନୂଆରୀ ୨୩ ତାରିଖ ଠାରୁ ଆମେ ମୂଲ୍ୟ ବଢ଼ାଇବାକୁ  ଯୋଜନା କରୁଛୁ। ୩୦ ହଜାର ଯାଏ ଗାଡ଼ିର ମୂଲ୍ୟ ବଢ଼ିବ। ତା ସହିତ ମଡେଲ ନେଇ ମୂଲ୍ୟ ବୃଦ୍ଧି କରାଯିବ।

Audi to Unveil its First Electric Car at IAA Mobility Show - Innovation  Village | Technology, Product Reviews, Business

ଏହିସବୁ କମ୍ପାନୀ ବଢାଇ କାର୍ ମୂଲ୍ୟ ବଢ଼ାଇବାକୁ ଘୋଷଣା କରିସାରିଛନ୍ତି-

୧. ହଣ୍ଡା- ଜାପାନୀ କାର୍ ନିର୍ମାଣକାରୀ କମ୍ପାନୀ ଗାଡ଼ି ପିଛା ୩୦ ହଜାର ଟଙ୍କା ମୂଲ୍ୟ ବଢ଼ାଇପାରେ।
୨. ହ୍ୟୁଣ୍ଡାଇ ଇଣ୍ଡିଆ– ମଡେଲ ନେଇ ନୂଆ ମୂଲ୍ୟ ଧାର୍ଯ୍ୟ କରାଯିବ। ୨୦୨୩ ଜାନୁଆରୀରେ ନୂଆ ଦର ଲାଗୁ କରାଯିବ।
୩. ଜିପ୍ ଇଣ୍ଡିଆ- ଜିପ୍‌ ଏସ୍‌ୟୁଭି ତାର ମଡେଲ ଗୁଡ଼ିକ ପାଇଁ ୨-୪ ପ୍ରତିଶଥ ମୂଲ୍ୟ ବଢ଼ାଇପାରେ।
୪. ମାରୁତି ସୁଜୁକି- ମହଙ୍ଗା ବଜାର ଯୋଗୁ କାର୍‌ ମୂଲ୍ୟ ବୃଦ୍ଧି କରିବାକୁ ବାଧ୍ୟ କରୁଛି ବୋଲି କମ୍ପାନୀ କହିଛି।
୫. ଟାଟା ମଟର୍ସ- କମ୍ପାନୀ ଉଭୟ ଆଇସିଇ ଓ ଇଭି ମେଡଲଗୁଡ଼ିକର ମୂଲ୍ୟ ବଢ଼ାଇବା କମ୍ପାନୀ।
୬. କିଆ ଇଣ୍ଡିଆ- କମ୍ପାନୀ ୨୦୨୩ ଜାନୁଆରୀରୁ ଗାଡ଼ି ମୂଲ୍ୟରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିବ।
୭. ମର୍ସିଡିଜ୍ ବେଞ୍ଜ- ଏହି ଲକ୍‌ଜୁରୀ କାର ନିର୍ମାତା କମ୍ପାନୀ ଗାଡ଼ି ମୂଲ୍ୟରେ ୫ ପ୍ରତିଶତ ମୂଲ୍ୟ ବୃଦ୍ଧି କରିବ।
୮. ଏମ୍‌ଜି ମଟର- ଏହି କମ୍ପାନୀ ତାର ଏସ୍‌ୟୁଭି ଗାଡ଼ି ମୂଲ୍ୟରେ ୯୦ ହଜାର ଟଙ୍କା ବୃଦ୍ଧି କରିପାରେ।
୯. ଅଡି ଇଣ୍ଡିଆ- ଜାନୁଆରୀ ୨୦୨୩ ପରଠାରୁ କମ୍ପାନୀ ତାର କାର ମୂଲ୍ୟରେ ବୃଦ୍ଧି କରିବ। କାର ମୂଲ୍ୟର ୧.୭ ପ୍ରତିଶତ ଦାମ ବଢ଼ିବ ବୋଲି ଅଡି ଇଣ୍ଡିଆ କହିଛି।

   Related Posts