ନୂଆଦିଲ୍ଲୀ: ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ର ସଫଳ ଉତ୍କ୍ଷେପଣ ହୋଇଛି। ଆନ୍ଧ୍ର ପ୍ରଦେଶ ଶ୍ରୀହରୀ କୋଟାର ଶତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରରୁ ଅପରାହ୍ନ ୨.୩୫ ସମୟରେ ଚନ୍ଦ୍ରଯାନ-୩ ଉତ୍କ୍ଷେପଣ କରାଯାଇଛି। ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୫.୪୭ ମିନିଟ୍ରେ ଏହା ଲ୍ୟାଣ୍ଡିଂ କରିବ ବୋଲି କୁହାଯାଉଛି। ତେବେ ଚନ୍ଦ୍ରଯାନ-୩ର ଖର୍ଚ୍ଚକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନେଟିଜେନ୍ସ ମାନେ ଚନ୍ଦ୍ରଯାନ-୩ର ଖର୍ଚ୍ଚକୁ ବଲିଉଡ୍ ହଲିଉଡ୍ର ବିଭିନ୍ନ ଫିଲ୍ମର ଖର୍ଚ୍ଚ ସହ ଯୋଡ଼ି ମଜା ନେଉଛନ୍ତି।
୨୦୧୯ରେ ଚନ୍ଦ୍ରଯାନ-୨ ଉତ୍କ୍ଷେପ ଫେଲ୍ ମାରିବା ପରେ ଚନ୍ଦ୍ରଯାନ-୩କୁ ୨୦୨୧ରେ ଉତ୍କ୍ଷେପଣ କରାଯିବାର ଥିଲା। ହେଲେ କୋଭିଡ୍ ଯୋଗୁ ଦୁଇ ବର୍ଷ ସମୟ ନଷ୍ଟ ହୋଇଯାଇଥିଲା। ଶେଷରେ ଏହାକୁ ୨୦୨୩ ଜୁଲାଇ ୧୪ରେ ଲଞ୍ଚ କରାଯାଇଛି। ତେବେ ଚନ୍ଦ୍ରଯାନ-୩ ମିଶନ ଖୁବ୍ ଅଳ୍ପ ଖର୍ଚ୍ଚରେ ହୋଇଥିବାରୁ ଏହା ସଫଳ ହେଲେ ଭାରତ ଇତିହାସ ସୃଷ୍ଟି କରିବ। ଚନ୍ଦ୍ରଯାନ-୩ ମିଶନ ପାଇଁ ଖର୍ଚ୍ଚ ହୋଇଛି ମାତ୍ର ୬୧୫ କୋଟି ଟଙ୍କା। ଯାହା ଚନ୍ଦ୍ରଯାନ-୨ଠାରୁ କମ୍।
ପଢ଼ନ୍ତୁ-ଆମେରିକା, ରୁଷ ଏବଂ ଚୀନର ମୁନ୍ ମିଶନଠାରୁ କେତେ ଅଲଗା ଭାରତର ଚନ୍ଦ୍ରଯାନ-୩ ?
wp:embed {"url":"https://twitter.com/Ravisutanjani/status/1677580641846853637?s=20","type":"rich","providerNameSlug":"twitter","responsive":true}୨୦୨୦ରେ ସେତେବେଳେର ଇସ୍ରୋ ମୁଖ୍ୟ କେ. ଶିବନ ଚନ୍ଦ୍ରଯାନ-୩ର ଖର୍ଚ୍ଚ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଚନ୍ଦ୍ରଯାନ-୩ ପାଇଁ ପାଖାପାଖି ୬୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେଥିମଧ୍ୟରୁ ଲ୍ୟାଣ୍ଡର, ରୋଭର ଓ ପ୍ରୋପଲସ ମୋଡ୍ୟୁଲ ପାଇଁ ୨୫୦ କୋଟି ଓ ଲଞ୍ଚିଂ ସର୍ଭିସ୍ ପାଇଁ ୩୧୫ କୋଟି ଖର୍ଚ୍ଚ ହୋଇଛି ବୋଲି କେ. ଶିବନ କହିଥିଲେ।
ଏବେ ଲୋକେ ଏହି ଚନ୍ଦ୍ରଯାନ-୩ର ଖର୍ଚ୍ଚକୁ ସିନେମା ସହ ଯୋଡ଼ି ଦେଖୁଛନ୍ତି। ନୂଆ ଚନ୍ଦ୍ରଯାନ ମିଶନରେ ଏତେ ସ୍ୱଳ୍ପ ଖର୍ଚ୍ଚରେ ହୋଇଛି ଯେ ଯାହା ହଲିଉଡ୍ର କିଛି ଫ୍ଲପ୍ ସିନେମାର ଖର୍ଚ୍ଚ ଠାରୁ ବହୁତ କମ ହେବ। ଭାରତୀୟ ସିନେମା ଖର୍ଚ୍ଚର ପାଖପାଖି ହେବ ବୋଲି ଲୋକେ କହିଛନ୍ତି। ଏମିତିକି ନିକଟରେ ଫ୍ଲପ୍ ହୋଇଥିବା ଓମ୍ ରାୱତଙ୍କ ଫିଲ୍ମ ଆଦିପୁରୁଷର ଖର୍ଚ୍ଚ ଠାରୁ ବି ଚନ୍ଦ୍ରଯାନ-୩ର ଖର୍ଚ୍ଚ କମ୍ ବୋଲି କହି ଲୋକେ ଏହାର ବ୍ୟଙ୍ଗ କରିବା ଆରମ୍ଭ କରିଦେଇଛନ୍ତି।
ପଢ଼ନ୍ତୁ-ଚନ୍ଦ୍ରଯାନ-୩ ମିଶନକୁ ଲିଡ୍ କରୁଥିବା ଲକ୍ଷ୍ନୌର ‘ରକେଟ ଓ୍ୱିମେନ’, ଜାଣନ୍ତୁ କିଏ ମହିଳା…

ମିଡିଆ ରିପୋର୍ଟ ଅନୁସାରେ, ଚନ୍ଦ୍ରଯାନ-୩ ପାଇଁ ୨୦୧୯ ଡିସେମ୍ବର ମାସରେ ଇସ୍ରୋ ଭାରତ ସରକାରଙ୍କୁ ପ୍ରାଥମିକ ଖର୍ଚ୍ଚ ବାବଦକୁ ୭୫ କୋଟି ଦାବି କରିଥିଲା। ସେଥିମଧ୍ୟରୁ ୬୦ କୋଟି ଟଙ୍କା ଯନ୍ତ୍ରପାତି ଉପକରଣ ଓ ଅନ୍ୟାନ୍ୟ ପୁଞ୍ଜିଗତ ବ୍ୟୟ ପାଇଁ ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ସେହିପରି ଅବଶିଷ୍ଟ ୧୫ କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ ଅଧୀନରେ ମଗା ଯାଇଥିଲା।
ଚନ୍ଦ୍ରଯାନ-୩ର ଖର୍ଚ୍ଚକୁ ଯଦି ଚନ୍ଦ୍ରଯାନ-୨ ସହିତ ତୁଳନା କରାଯାଏ, ତେବେ ଏହା ୩୬୩ କୋଟି ଟଙ୍କା କମ୍ ହେବ। ୨୦୧୯ରେ ଉତ୍କ୍ଷେପଣ କରାଯାଇଥିବା ଚନ୍ଦ୍ରଯାନ-୨ ପାଇଁ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସେଥିମଧ୍ୟରୁ ଅର୍ବିଟର, ଲ୍ୟାଣ୍ଡର, ରୋଭର, ନେଭିଗେସନ ଓ ଗ୍ରାଉଣ୍ଡ ସପୋର୍ଟ ନେଟ୍ୱାର୍କ ପାଇଁ ୬୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିାବ ବେଳେ ଜିଓ ଷ୍ଟେସନାରୀ ସାଟେଲାଇଟ୍ ଲଞ୍ଚ ଭେଇକଲ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଏତେ ଖର୍ଚ୍ଚ ପରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ କରିପାରି ନଥିଲା।
ମିଳିଥିବା ଅପ୍ଡେଟ୍ ସୂଚନା ଅନୁସାରେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୫.୪୩ ମିନିଟ୍ରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏଥର କିନ୍ତୁ ସପ୍ଟ ଲାଣ୍ଡିଂ କରିବା ନେଇ ଆଶା ରଖିଛନ୍ତି ଇସ୍ରୋ ବୈଜ୍ଞାନିକ। ସେପଟେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାଶା ଚନ୍ଦ୍ରଯାନ-୩କୁ ଟ୍ରାକ୍ କରିବା ଆରମ୍ଭ କରିଦେଇଛି। ରକେଟ୍ର ଗତି ଉପରେ କଡ଼ା ନଜର ରଖିଛି ଆମେରିକା।
ପଢ଼ନ୍ତୁ-Chandrayaan-3: ମୁନ୍ ମିଶନର ସଫଳତା ପାଇଁ ତିରୁପତି ମନ୍ଦିରରେ ପୂଜା କଲେ ISRO ଚିଫ୍