ଏଠାରେ ମାଙ୍କଡ଼ଙ୍କ ନାଁରେ ରହିଛି ୩୨ ଏକର ଜମି, ଦିଆଯାଏ ଯଥେଷ୍ଟ ସମ୍ମାନ-ଆଦର

Published By : Prameya-News7 Bureau | October 18, 2022 IST

ଉସମାନାବାଦ: ଆଜିର ସମୟରେ ଧନ-ସମ୍ପତ୍ତି ପାଇଁ ବର୍ଷ ବର୍ଷ ଧରି ମକଦ୍ଦମା ଲଢାଯାଉଛି।  କେହିବି ଟିକେ ବି ଜାଗା ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି। ଏମିତି ସମୟରେ ମାଙ୍କଡଙ୍କ ନାଁରେ ଜମି କରାଇଦେବା ପରି ବିରଳ ଘଟଣା ସାମ୍ନାକୁ ଆସିଛି। ହୁଏତ ଆପଣଙ୍କୁ ଏହା ବିଶ୍ବାସ ହେବ ନାହିଁ ।  କିନ୍ତୁ ଏହା ସତ, ଆମ ଦେଶରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ମାଙ୍କଡ଼ ହେଉଛନ୍ତି ଜମିର ମାଲିକ ଏବଂ ଲୋକମାନେ ସେମାନଙ୍କୁ ସମ୍ମାନ ଦୃଷ୍ଟିରେ ଦେଖିଥାନ୍ତି।

ମହରାଷ୍ଟ୍ରର ଏକ ଗାଁରେ ପ୍ରାୟ ୩୨ ଏକର ଜମି ମାଙ୍କଡ଼ଙ୍କ ନାମରେ ରହିଛି। ସେମାନଙ୍କୁ ଖୁବ୍ ଆଦର ସମ୍ମାନ ମଧ୍ୟ କରାଯାଇଥାଏ । ଉସ୍ମାନାବାଦରେ ଥବା ଉପଲା ଗ୍ରାମରେ ଏହି ମାଙ୍କଡ଼ଙ୍କୁ କେବଳ ଯେ ଜାଗା ମାଲିକାନା ହକ୍ ମିଳିନି, ବରଂ ସେମାନଙ୍କୁ ଯଥେଷ୍ଟ ସମ୍ମାନ ମଧ୍ୟ ଦିଆଯାଇଥାଏ। ସେମାନଙ୍କୁ ସ୍ନେହରେ ଖାଦ୍ୟ ମଧ୍ୟ ଦିଆାଯାଇଥାଏ ଏବଂ ସମାରୋହରେ ସେମାନଙ୍କୁ ଆଦର ମିଳିଥାଏ।

ଖାଲି ସେତିକି ନୁହେଁ ଗ୍ରାମରେ ଯେତେବେଳେ ବି କାହା ଘରକୁ ମାଙ୍କଡ଼ ଆସିଥାନ୍ତି ସେମାନଙ୍କୁ ଖୁବ୍ ଆଦର ସତ୍କାର କରାଯାଇଥାଏ। ତେବେ ମାଙ୍କଡ଼ଙ୍କ ପାଇଁ କେବେଠାରୁ ଏହି ଜମି ନାମରେ ନାମିତ କରାଯାଇଛି ତାହାର କୌଣସି ସବିଶେଷ ତଥ୍ୟ ନାହିଁ । ଏଠାରେ ପ୍ରାୟ ୧୦୦ ମାଙ୍କଡ଼ ରହୁଛନ୍ତି । କୁହାଯାଏ ଯେ ମାଙ୍କଡ଼ମାନେ ଗ୍ରାମର ସବୁ ରୀତି-ନୀତିର ଅଂଶ ଭାବରେ ରହିଥାନ୍ତି । ତେବେ ଏହି ୩୨ ଏକର ଜମିରେ ବୃକ୍ଷାରୋପଣ କରାଯାଇଛି।

କୁହାଯାଏ ପୂର୍ବରୁ ଗ୍ରାମରେ ମାଙ୍କଡ଼ଙ୍କୁ ଏଭଳି ସମ୍ମାନ ଦିଆାଯାଉଥିଲା ଯେ ବିବାହ ହେଉ କିମ୍ବା କୌଣସି ଶୁଭ କାର୍ଯ୍ୟରେ ପ୍ରଥମେ ମାଙ୍କଡ଼ଙ୍କୁ ପୁରସ୍କାର ଦିଆାଯାଉଥିଲା ।  ଅବଶ୍ୟ ଏବେ ଏହି ସଂସ୍କୃତି ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.