ସାଧାରଣତଃ କିଛି ଲୋକ ସୁଗନ୍ଧିତ ଚା’ ବା ଫ୍ଲେବର୍ଡ ଟି ପିଇବା ପସନ୍ଦ କରନ୍ତି। କିନ୍ତୁ ଫ୍ଲେବର୍ଡ ଟି ସ୍ୱାସ୍ଥ ପାଇଁ ଲାଭଦାୟକ ହୋଇନଥାଏ। କିନ୍ତୁ ହର୍ବଲ ଟି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ସ୍ୱାସ୍ଥ ପ୍ରତି ସତର୍କ ରହୁଥିବା ଲୋକମାନେ ଚା’ରେ ଚିନି କମ୍ ପକାଇ ପିଅନ୍ତି କିମ୍ୱା ହର୍ବଲ ଟି ପିଅନ୍ତି। ହର୍ବଲ ଟି ଫଳ ମଞ୍ଜି ଏବଂ ଗଛର ଚେରରେ ତିଆରି ହୋଇଥାଏ। ଏହି କାରଣରୁ ଏହି ଚାରେ ଔଷଧୀୟ ଗୁଣ ଭରପୁର ଥାଏ।
{"id":77892,"width":593,"height":395}
ହର୍ବ ଟି ପିଇବା ସ୍ୱାସ୍ଥ ପାଇଁ ଭଲ ହୋଇଥାଏ। ପ୍ରତିଦିନ ଏହା ପିଇଲେ ମନ ଶାନ୍ତ ରହେ, ହଜମ ଶକ୍ତି ବଢାଏ, ଶରୀର ସୁସ୍ଥ ରହେ,ଶରୀରରେ ଥିବା ଅନାବଶ୍ୟକୀୟ ପଦାର୍ଥ ମଧ୍ୟ ବାହାରି ଯାଏ। ମଣିଷଙ୍କୁ ଅଧିକ କାମ କରିବାରେ ସହଯୋଗ କରେ ଏହି ଚା। ଥଣ୍ଡା ଜ୍ବର ହେବା ସମୟରେ ଏହି ଚା ପିଇଲେ ସ୍ୱାସ୍ଥ ପାଇଁ ଲାଭଦାୟକ ହୋଇଥାଏ। କେବଳ ସ୍ୱାସ୍ଥ ନୁହଁ ହର୍ବ ଟି ଚେହେରାର ସୌନ୍ଦର୍ଯ୍ୟତା ମଧ୍ୟ ବଢାଏ। ଏହି ଚାରେ ଥିବା ଏଣ୍ଟିଅକ୍ସିଡେଣ୍ଟ ତତ୍ୱ ମୁହଁର ଆଣ୍ଟିଏଜିଂ ପାଇଁ ଲାଭଦାୟକ। ହର୍ବ ଟି କିମ୍ୱା ଗ୍ରୀନ ଟିର ଖଦା ମୁହଁରେ ଲଗାଇଲେ, ଚେହେରାର ଚମକ ବଢାଏ।
{"id":77893,"width":596,"height":396}
କିଛି ଲୋକ ଚା’ ପିଇବାକୁ ଖରାପ ଅଭ୍ୟାସ ବୋଲି କୁହନ୍ତି। ଏହା ସତ ଯେ ଚା’ ପିଇବା ଖରାପ ଅଭ୍ୟାସ କିନ୍ତୁ ହର୍ବ ଟି ପିଇବା ସ୍ୱାସ୍ଥ ପାଇଁ ଭଲ ଅଭ୍ୟାସ । ଆମେରିକାରେ ଏକ ୟୁନିଭରସିଟିରେ ଗବେଷଣାରୁ ଜଣା ପଡିଛି ଯେ, ଗ୍ରୀନ ଟିରେ ଥିବା ଏଣ୍ଟିଅକ୍ସିଡେଣ୍ଟ ତତ୍ୱ କ୍ୟାନସର ଭଳି ମାରାତ୍ମକ ରୋଗରୁ ଶରୀର ରୋଗମୁକ୍ତ ହୋଇଥାଏ। ଗବେଷକ ଏହା ମଧ୍ୟ କହିଥିଲେ ଯେ ପ୍ରତିଦିନ ଏହି ଚା ପିଇବା ଉଚିତ୍। ଏହା ଦ୍ୱାରା ଶରୀର କ୍ୟାନସରମୁକ୍ତ ହୋଇଥାଏ। ଏହି ଚା ପ୍ରତିଦିନ ପିଇଲେ ରକ୍ତଚାପ ଓ ଅନ୍ୟ ରୋଗ ମଧ୍ୟ ଦୂରେଇଯାଏ। ତେଣୁ ହର୍ବ ଟି ସବୁଦିନ ଡାଏଟ୍ରେ ଲିଷ୍ଟରେ ରହିବା ଉଚିତ୍।