୩୫ କୋଟି ଡିଲ୍ରେ ଫସିଛି ‘ହେରା ଫେରି-୩’, ସାମିଲ୍ ଅଛି ଏହି ୨ଟି ଫିଲ୍ମ
26/12/2022 at 11:03 AM

ମୁମ୍ଵାଇ ୨୬।୧୨: ଅକ୍ଷୟ କୁମାରଙ୍କୁ ‘ହେରା ଫେରି-୩’ ‘ରୁ ହଟାଇବାର ଖବର ସାମ୍ନାକୁ ଆସିଥିଲା। ଏହା ପର ଠାରୁ ଫିଲ୍ମଟି ସର୍ବଦା ଚର୍ଚ୍ଚାରେ ରହିଆସିଛି। ବର୍ତ୍ତମାନ ଏକ ନୂଆ ଅପଡେଟ୍ ଆସିଛି। ରିପୋର୍ଟ ଅନୁଯାୟୀ କୁହାଯାଉଛି କି ବଜେଟ୍ ଏବଂ ଅନ୍ୟାନ୍ୟ ସମସ୍ୟା ହେତୁ ଫିଲ୍ମ ଅଟକି ରହିଛି। ‘ହେରା ଫେରି-୩’ ‘ଫ୍ରାଞ୍ଚାଇଜ୍ ଫିରୋଜ ନାଦିଆୱାଲା ଏବଂ ଏରୋସ୍ ଇଣ୍ଟରନ୍ୟାସନାଲ୍ର ସହ-ମାଲିକାନା ଅଟେ। ବର୍ତ୍ତମାନ ୩୫ କୋଟିର ଏହି ଡିଲ୍ ଏହି ଦୁଇଜଣଙ୍କ ମଧ୍ୟରେ ଅଟକି ରହିଛି। ଯେଉଁ କାରଣରୁ ଫିଲ୍ମ ଉପରେ କଳା ବାଦଲ ମାଡି ବସିଛି।
ଦୀର୍ଘ ଦିନ ଧରି ‘ହେରା ଫେରି-୩ ‘ ‘ପାଇଁ ପ୍ରଶଂସକମାନେ ଉତ୍ସାହିତ ଥିଲେ। କିନ୍ତୁ ହଠାତ୍ ଖବର ଆସିଥିଲା କି ଫିଲ୍ମୁ ଅକ୍ଷୟ କୁମାରଙ୍କୁ ବାହାର କରାଯାଇ କାର୍ତ୍ତିକଙ୍କୁ ରିପ୍ଲେସ୍ କରାଯାଉଛି। ପ୍ରଶଂସକମାନଙ୍କ ମନ ଭାଙ୍ଗି ଯାଇଥିଲା। ବର୍ତ୍ତମାନ ଫିଲ୍ମକୁ ନେଇ ନା ନା ଅପଡେଟ୍ ସାମ୍ନାକୁ ଆସୁଛି। ଏହି ଡିଲ୍ ବିଷୟରେ କହିବାକୁ ଗଲେ ଫିରୋଜଙ୍କୁ ଏରୋସ୍ ଏଣ୍ଟରଟେନମେଣ୍ଟକୁ ୩୫ କୋଟି ଟଙ୍କା ଦେବାକୁ ପଡିବ। ଏହା ପରେ ହିଁ ଏହି ଚଳଚ୍ଚିତ୍ର ଉପରେ ସମ୍ପୂର୍ଣ୍ଣ ମାଲିକ ହେବେ । ଏହି ଦେୟ ମାସ ଶେଷ ସୁଦ୍ଧା କରାଯିବ ବୋଲି କୁହାଯାଉଛି।
ଯଦି ଫିରୋଜ ଡିସେମ୍ବର ୩୧ ପୂର୍ବରୁ ଏହି ଅର୍ଥ ଦେଇ ଦିଅନ୍ତି। ତେବେ ଏରୋସ୍ ଇଣ୍ଟରନ୍ୟାସନାଲ୍ କେବଳ ଏହି ଫିଲ୍ମ ନୁହେଁ ‘ୱେଲକମ୍’ ଏବଂ ‘ଆୱାରା ପାଗଲ୍ ଦେୱାନା’ ମଧ୍ୟ ବାହାରି ଯିବ। କାରଣ ଏହି ସମସ୍ତ ଚଳଚ୍ଚିତ୍ର ଏହି ୩୫ କୋଟିରେ ସାମିଲ୍ ହୋଇଛି। ଏହ ପରେ ସେ ଫିଲ୍ମର କାଷ୍ଟ ଏବଂ ଅନ୍ୟାନ୍ୟ ଜିନିଷ ସହିତ ଜଡିତ କୌଣସି ନିଷ୍ପତ୍ତି ନେଇ ପାରିବେ।