ଭୁବନେଶ୍ୱର ୦୮।୦୯ : ସହିଦ ନଗର ସ୍ଥିତ ଏକ ଘରୋଇ ମେଡିକାଲରେ ଆତଙ୍କ ଖେଳାଇଲେ ଯୁବକ । ଦୁଇ ଦିନ ଧରି ହସ୍ପିଟାଲର ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରୁଥିଲେ । ଗିରଫ ପରେ ପୋଲିସ ଘଟଣାରେ ଛାନ୍ଭିନ୍ ଜାରି ରଖିଛି ।
ଶୁକ୍ରବାର ରାତିରେ ମେଡିକାଲକୁ ବାରମ୍ବାର ଫୋନ୍ କଲ୍ ଆସୁଥିଲା । ଫୋନ୍ ଆସିବା ପରେ ଯଦି କୌଣସି ପୁରୁଷ କର୍ମଚାରୀ ଫୋନ୍ ରିସିଭ୍ କରୁଥିଲେ । ତେବେ ସେ ଫୋନ୍ କାଟି ଦେଉଥିଲେ । ସେହି ସମୟରେ ଯଦି କୌଣସି ମହିଳା କର୍ମଚାରୀ ଫୋନ୍ ରିସିଭ୍ କରନ୍ତି । ତେବେ ଫୋନ୍ କରିଥିବା ଯୁବକ ଜଣଙ୍କ ଅସଭ୍ୟ ଭାଷାରେ ଗାଳି କରିବା ସହ ଗାଳି ମଧ୍ୟ କରୁଥିଲେ । ଏପିରିକି ହସ୍ପିଟାଲକୁ ବୋମାରେ ଉଡାଇବାକୁ ଧମକ ମଧ୍ୟ ଦେଉଥିଲେ ।ପ୍ରାୟ ୬୦ ଥର ହସ୍ପିଟାଲକୁ ଫୋନ୍ କଲ୍ କରିଥିଲେ ଯୁବକ ।
ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ଅଘଟଣ ଆଶଙ୍କା ନେଇ କମିଶନରେଟ୍ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କମିଶନରେଟ୍ ପୋଲିସର ‘HER’ ଟିମ୍ ଆକ୍ସନକୁ ଆସିଥିଲା । ଫୋନ୍ ଆସିଥିବା ନମ୍ବରକୁ ଟ୍ରାକିଂ କରି ଜଟଣୀରେ ପହଞ୍ଚିଥିଲା । ଆଉ ଫୋନ୍ କରିଥିବା ଯୁବକଙ୍କୁ ଗିରଫ କରିଥିଲା । ପୋଲିସ ଏବେ ଉକ୍ତ ଯୁବକଙ୍କୁ ଜେରା ମଧ୍ୟ କରୁଛି ।