ସୋର ପରେ ଜୟପୁରରେ ବାର୍ଡ ଫ୍ଲୁ ଆତଙ୍କ : ଅସ୍ବାଭାବିକ ଭାବେ ମରିଯାଉଛନ୍ତି ଶହ ଶହ ଦେଶୀ କୁକୁଡ଼ା
2/03/2020 at 10:03 AM

କୋରାପୁଟ ୨/୩: ବାଲେଶ୍ବର ପରେ କୋରାପୁଟ ଜୟପୁରରେ ବାର୍ଡ ଫ୍ଲୁ ଆତଙ୍କ । ଗତ ସପ୍ତାହେ ହେଲା ଜୟପୁର ସହର ଉପକଣ୍ଠ ଟାଙ୍କୁଆ ଏବଂ ତାହାର ଆଖପାଖ ଅଞ୍ଚଳରେ ଶହ ଶହ ଦେଶୀ କୁକୁଡ଼ା ମରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବାର୍ଡ ଫ୍ଲୁ ସନ୍ଦେହରେ କୁକୁଡ଼ା ଚାଷୀ ଏବଂ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
କୁକୁଡ଼ା ଗୁଡ଼ିଙ୍କ ଠାରେ ମୁଣ୍ଡବୁଲାଇବା ଓ ପତଳା ଝାଡ଼ାର ଲକ୍ଷଣ ଦେଖାଯାଉଛି । ଲକ୍ଷଣ ଦେଖାଯିବାର ଦିନେ ଦୁଇ ଦିନ ମଧ୍ୟରେ କୁକୁଡ଼ା ଗୁଡ଼ିକ ମରିଯାଉଛନ୍ତି । ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ମର୍ଡିରୋଗ ବୋଲି ସନ୍ଦେହ କରୁଛନ୍ତି । ତେବେ ଏହା ମର୍ଡି ନା ଆଉ କିଛି ଫ୍ଳୁ ଜନିତ ତାହା ସ୍ପଷ୍ଟ ହୋଇ ପାରିନି।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023