suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅଣ୍ଡା ଦେବାରେ କୁକୁଡା ରଚିଲା ଇତିହାସ, ଜାଣନ୍ତୁ କେମିତି

20/07/2019 at 9:16 AM

ତେଲେଙ୍ଗାନାରେ ଗୋଟେ କୁକୁଡା ୧୫୦ ଅଣ୍ଡା ଦେଇଛି। ନାଗରକର୍ଣ୍ଣୁଲ ଜିଲାର ନିବାସି ରାମକୃଷ୍ଣଚାରୀଙ୍କ କୁକୁଡା ୧୫୦ ଅଣ୍ଡା ଦେଇ ଇତିହାସ ରଚିଛି। ରାମକୃଷ୍ଣ ଏହି ବିଷୟରେ ଗାଁରେ କହିବା ପରେ ଧିରେ ଧିରେ ଗାଁ ଲୋକେ କୁକୁଡାକୁ ଦେଖିବାକୁ ଆସୁଛନ୍ତି । ଏଥିପାଇଁ କିଛି ଦିନ ହେବ ତାଙ୍କ ଘର ସାମ୍ନାରେ ଭିଡ ଜମୁଛି। କିଛି ଗ୍ରାମବାସୀ ଏହି କୁକୁଡାର ଅଣ୍ଡା ନେଇ ନିଜ କୁକୁଡାଙ୍କ ପାଖରେ ରଖୁଛନ୍ତି ।

ଅପରପକ୍ଷରେ ପଶୁ ଚିକିତ୍ସକଙ୍କୁ ଏହି ଘଟଣା ବିଷୟରେ ଜଣାଇବା ପରେ ସେ କହିଥିଲେ ଯେ, ଏହା ଏକ ସାଧାରଣ ବିଷୟ। ଏଭଳି ଅନେକ ଘଟଣା ତାଙ୍କ ପାଖକୁ ଆସିସାରିଛି। ରାମକୃଷ୍ଣ ନିଜ କୁକୁଡା ପାଇଁ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଅନେକ ଲୋକ ତାଙ୍କୁ କୁକୁଡା କିଣିବାକୁ ପ୍ରସ୍ତାବ ମଧ୍ୟ ଦେଉଛନ୍ତି। ହେଲେ ଚାରୀ ନିଜ କୁକୁଡା ବିକିବାକୁ ପ୍ରସ୍ତୁତ ନାହାନ୍ତି।

   Related Posts