୪୦ ଘଣ୍ଟା ପରେ ଦେଖା ଦେଲେ ହେମନ୍ତ; ଆସନ୍ତାକାଲି ପୁଣି ଜେରା

Published By : Prameya-News7 Bureau | January 30, 2024 IST

ରାଞ୍ଚି: ୪୦ ଘଣ୍ଟା ପରେ ସାମ୍ନାକୁ ଆସିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରୁ ଗାଏବ ଥିବା ହେମନ୍ତ ସୋରେନ ମଙ୍ଗଳବାର ରାଞ୍ଚିରେ ପହଞ୍ଚିଛନ୍ତି । ସୋମବାର ଅଚାନକ  ଗାଏବ ହେବା ପରେ ବିରୋଧ ହେମନ୍ତଙ୍କ ମିସିଂ ପୋଷ୍ଟର ମାରିଥିଲେ । ଗତକାଲି ଜମି ଦୁର୍ନୀତି ସମ୍ପର୍କିତ ମନି ଲଣ୍ଡ୍ରିଂ ମାମଲାରେ ଉଚରାଉଚରା ପାଇଁ ନୋଟିସ୍ ଦେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମାତ୍ର ହେମନ୍ତ ଇଡିରେ ହାଜର ହୋଇନଥିଲେ । ପରେ ଯାଞ୍ଚ ଏଜେନ୍ସି ଦିଲ୍ଲୀ ବାସଭବନ ସହିତ ୩ଟି ସ୍ଥାନରେ ଚଢ଼ାଉ କରି ବିଫଳ ହୋଇଥିଲା । ରାତି ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିଲା, ହେଲେ ହେମନ୍ତ ସୋରେନଙ୍କ ଦେଖା ମିଳିନଥିଲା । ତେବେ ଇଡି ଚଢ଼ାଉର ଦୀର୍ଘ ୪୦ ଘଣ୍ଟା ପରେ ରାଞ୍ଚିରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିଛି ।

ଏପଟେ ବିଜେପି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ଟାର୍ଗେଟ୍ କରିଛି । ଝାଡଖଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀ ପାଇଁ ପ୍ରସ୍ତୁତି ଚାଲିଛି । ରାଞ୍ଚିର ଏକ ସ୍ଥାନରେ ମେଣ୍ଟ ତଥା କଂଗ୍ରେସର ସମସ୍ତ ବିଧାୟକ ଏକାଠି ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ବାସଭବନରେ ପତ୍ନୀ କଳ୍ପନା ସୋରେନଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା ଚାଲିଛି ବୋଲି ଦାବି ବିଜେପି ନେତା ଦାବି କରିଛନ୍ତି ।   

wp:embed {"url":"https://www.prameyanews7.com/ed-is-looking-for-jharkhand-cm-hemant-soren-in-land-deal-money-laundering-case/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ed-is-looking-for-jharkhand-cm-hemant-soren-in-land-deal-money-laundering-case/
/wp:embed

ସେପଟେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, ବିଜେପିକୁ କଡ଼ା ଜବାବ ଦେଇଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ବାନା ପ୍ରକାଶ କହିଛନ୍ତି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଇଡିକୁ ଇ-ମେଲ୍‌ କରି ଜେରା ଲାଗି ସମୟ ଦେଇଛନ୍ତି ।  ଜାନୁଆରୀ ୩୧ ତାରିଖ ବା ଆସନ୍ତାକାଲି, ଦିନ ୧ଟାରେ ପଚରାଉଚରା ଲାଗି ସେ ପ୍ରସ୍ତୁତ ବୋଲି ଲେଖାଯାଇଛି । ଏପରିସ୍ଥଳେ ଇଡିର ଏହି କାର୍ଯ୍ୟାନୁଷ୍ଠାନ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.