ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଶିବଲଙ୍କ ସହ ମିଶି ହେମନ୍ତ ସୋରେନ କରିଛନ୍ତି ପ୍ଲାନିଂ, ପୁଣିଥରେ ଏପରି ହେବେ ମୁଖ୍ୟମନ୍ତ୍ରୀ

27/08/2022 at 5:18 PM

ରାଞ୍ଚୀ ୨୭।୮: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ପରବର୍ତ୍ତି କାର୍ଯ୍ୟପନ୍ଥା ସ୍ଥିର କରିନେଇଛନ୍ତି। ଏ ବାବଦେ ସେ ବରିଷ୍ଠ ଆଇନଜୀବି ତଥା ପୂର୍ବତନ କଂଗ୍ରେସ ନେତା କପିଲ ଶିବଲଙ୍କ ସହ ପରାମର୍ଶ କରିଛନ୍ତି। ତାଙ୍କର ନିର୍ବାଚନ ଲଢିବା ଉପରେ କୌଣସି କଟକଣା ନଥିବାରୁ ସେ ଦ୍ୱିତୀୟବାର ବିଧାୟକ ଦଳ ବୈଠକ ଡକାଇ ନେତା ହେବେ ବୋଲି ଯୋଜନା କରିଛନ୍ତି। ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ନିର୍ବାଚନକୁ ଯିବେ।

ଏ ନେଇ ସୋରେନ ସହଯୋଗୀ କଂଗ୍ରେସ ସମେତ ଆଇନବିଦମାନଙ୍କ ସହ ଆଲୋଚନା କରି ସହମତି ପ୍ରାପ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଖଣି ଲିଜ୍ ଅଭିଯୋଗ ଆଣିଥିଲେ। ଏ ନେଇ ନିର୍ବାଚନ ଆୟୋଗରେ ଅଫିସ ଅଫ ପ୍ରଫିଟ ଅଭିଯୋଗ କରିବା ପରେ ଇସିଆଇ ବନ୍ଦ ଲଫାପାରେ ରାଜ୍ୟପାଳଙ୍କୁ ତାଙ୍କର ସୁପାରିଶ କରିଛନ୍ତି। ଯାହା ଉପରେ ରାଜ୍ୟପାଳ ଆଇନଗତ ତର୍ଜମା ଚଳାଇଛନ୍ତି।

ଏଥିରେ ସୋରେନଙ୍କ ଚୌକି ଏବେ ବାଜିରେ ଲାଗିଥିବା ବେଳେ ସେ ନିଜ ଲାଗି ସୁରକ୍ଷିତ ରାସ୍ତା ପ୍ରସ୍ତୁତ କରିଛନ୍ତି। ଏଥିରେ କିଛି ସମୟ ପୂର୍ବରୁ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ରାଜ୍ୟର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ହେମନ୍ତ ସୋରେନ ଓ କପିଲ ଶିବଲଙ୍କ ପ୍ଲାନିଂ ସବୁ କଳ୍ପନାଜଳ୍ପନାରେ ବିରାମ ଲଗାଇ ଦେଇଛି।

ଶାସକ ମେଣ୍ଟର ୪୦ରୁ ଅଧିକ ବିଧାୟକ ଶନିବାର ପୂର୍ବାହ୍ନରେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ନେତାଙ୍କ ବାସଭବନରେ ଏକତ୍ର ହୋଇଥିଲେ। ପ୍ରାୟ ୨ ଘଣ୍ଟା ଧରି ଚାଲିଥିବା ବୈଠକ ପରେ ମେଣ୍ଟ ପ୍ରତି କୌଣସି ବିପଦ ନଥିବା ବିଧାୟକମାନେ କହିଛନ୍ତି। ଏଣୁ ଶାସକ ମେଣ୍ଟ ଏବେବି ମଜଭୁତ ଥିବା ଯୋଗୁ ହେମନ୍ତ ସୋରେନ ପୁଣି ମେଣ୍ଟର ନେତା ହେବାରେ କୌଣସି ଅସୁବିଧା ନାହିଁ।

ଜେଏମଏମର ୩୦ ବିଧାୟକଙ୍କ ସମେତ କଂଗ୍ରେସର ୧୮ ଓ ଆରଜେଡିର ଜଣେ ବିଧାୟକ ଅଛନ୍ତି। ତେବେ ଶନିବାର ଅନୁଷ୍ଠିତ ବୈଠକରେ ଜେଏମଏମର ୩ ବିଧାୟକଙ୍କ ସମେତ ମୋଟ ୭ ଜଣ ଗାୟବ ଥିଲେ। ଏଥିରେ କଂଗ୍ରେସର ୪ ବିଧାୟକ ମଧ୍ୟ ଆସିନଥିଲେ। ଏମାନଙ୍କ ମଧ୍ୟରୁ ଚଳିତମାସ ପ୍ରାରମ୍ଭରେ ନଗଦ ସହ ପଶ୍ଚିମବଙ୍ଗରେ ଧରାପଡିଥିବା ୩ ବିଧାୟକ ଜାମିନ ସର୍ତ୍ତ କାରଣରୁ ଯୋଗ ଦେଇ ପାରିନଥିବାବେଳେ ଜଣେ ଅସୁସ୍ଥତା ଯୋଗୁ ଆସି ନାହାନ୍ତି।

ତେବେ ରାଜ୍ୟପାଳ ଏପର୍ଯ୍ୟନ୍ତ ଇସିଆଇଙ୍କ ସୁପାରିଶରେ ହେମନ୍ତ ସୋରେନଙ୍କ ଅଯୋଗ୍ୟତା ନେଇ ଗେଜେଟ୍ ନୋଟିଫିକେସନ କରି ନାହାନ୍ତି। ଯଦି ରାଜ୍ୟପାଳ ନୋଟିଫିକେସନ ଜାରି କରନ୍ତି ତେବେ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିବ, ତାଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ଦେବେ। ତେବେ ୬ ମାସ ମଧ୍ୟରେ ସୋରେନ ଉପନିର୍ବାଚନ ଲଢି ପୁଣି ମୁଖ୍ୟମନ୍ତ୍ରୀ ହୋଇପାରିବେ।   

   Related Posts