ରାଜନୀତିରେ ଏଣ୍ଟ୍ରି କଲେ କଳ୍ପନା ସୋରେନ୍, ସ୍ୱାମୀ ହେମନ୍ତଙ୍କୁ ମନେ ପକାଇ କହିଲେ କେବେ ନଇଁବନି ଏହି ଝାଡଖଣ୍ଡୀ

Published By : Prameya-News7 Bureau | March 05, 2024 IST

ଗିରଡିହୀ ୦୫/୦୩: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(JMM)ର ୫୧ ତମ ପ୍ରତିଷ୍ଠା ଦିବସ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ତାଙ୍କ ରାଜନୈତିକ କ୍ୟାରିୟରର ଶୁଭାରମ୍ଭ କରିଛନ୍ତି ।

ସୋମବାର ଦିନ, କଳ୍ପନା ଗିରିଡିହୀରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ୫୧ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗ ଦେଇଥିଲେ । ତେବେ ଏହି ସମୟରେ ସେ ବହୁତ ଭାବପ୍ରବଣ ହୋିପଡିଥିଲେ। ଏମିତିକି ତାଙ୍କ ଆଖିରେ ଆସିଯାଇଥିଲା ଲୁହ । ତେବେ ଏହି ଲୁହ ଥିଲା ସ୍ୱାମୀ ହେମନ୍ତ ସୋରେନଙ୍କ ଉଦ୍ଦେଶ୍ୟରେ । ଭାଷଣ ଆରମ୍ଭରୁ ସେ କହିଥିଲେ କି, ହେମନ୍ତ ସୋରେନ ଓ କଳ୍ପନା ସୋରେନଙ୍କ ତରଫରୁ ସମସ୍ତଙ୍କୁ ଜୁହାର ।

{"id":917226,"width":838,"height":471,"sizeSlug":"full","linkDestination":"none"}

ଏତିକି କହୁ କହୁ ଆଖିରୁ ଝରିପଡିଥିଲା ଅଶ୍ରୁ ଧାର । ଏହାସହ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେତେ ବାଧାବିଘ୍ନ ଆସିଲେ ବି ଜଣେ ଝାଡଖଣ୍ଡୀ କେବେ ନଇଁଯିବ ନାହିଁ । କଳ୍ପନା ସୋରେନ କହିଛନ୍ତି, "ମୁଁ ତୁମ ସାମ୍ନାରେ ଭାରି ହୃଦୟରେ ଠିଆ ହୋଇଛି । ଜଣେ ବାପା ହିସାବରେ ମୋର ଶ୍ୱଶୁର ଓ ଜଣେ ମାଆ ହିସାବରରେ ମୋ ଶାଶୂ ଚିନ୍ତିତ ଅଛନ୍ତି । ସେ କହିଥିଲେ କି, ମୁଁ ଭାବିଥିଲି ମୁଁ ଲୁହକୁ ନିୟନ୍ତ୍ରଣ କରିବି, କିନ୍ତୁ ଦେଖିଛି ତୁମର ପ୍ରେମ, ମୁଁ ମୋର ଲୁହକୁ ନିୟନ୍ତ୍ରଣ କରିପାରିଲି ନାହିଁ । କିନ୍ତୁ ହେମନଙ୍କ ଜେଲ୍‌ ଯିବା ପଛରେ ରଚାଯାଇଛି ବଡ ଷଡଯନ୍ତ୍ର ।

wp:html /wp:html

କଳ୍ପନା ଆହୁରି କହିଛନ୍ତି ଯେ, ମୁଁ ରବିବାର ଦିନ ମୋ ଜନ୍ମଦିନରେ ସ୍ୱାମୀଙ୍କୁ ଭେଟିବା ପାଇଁ ହଟୱାର ଜେଲକୁ ଯାଇଥିଲି । ସେ ମୋ କାନ୍ଧରେ ହାତ ରଖି ମୋତେ ଭୟଭୀତ ନହେବାକୁ କହିଥିଲେ । ତାଙ୍କୁ ଜେଲ ପଠାଯାଇଛି କିନ୍ତୁ ସେ ଜଣେ ନେତା ଭାବେ ଜୀବିତ ଅଛନ୍ତି । କେନ୍ଦ୍ର ସରକାର ଏହାର ପରିଣାମ ଭୋଗିବେ । ଗୋଟିଏ, ଗୋଟିଏ ଭୋଟ୍‌ ଦ୍ୱାରା ଆମେ ଏହାର ବଦଲା ନେବୁ ।

you can also read...

wp:embed {"url":"https://www.prameyanews7.com/thailand-pilot-leaves-cockpit-to-help-deliver-baby-during-flight/","type":"wp-embed","providerNameSlug":"prameya-news-7"}
https://www.prameyanews7.com/thailand-pilot-leaves-cockpit-to-help-deliver-baby-during-flight/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.