ଦଳିତ ଯୁବତୀଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିବାଦୀୟ ବୟାନ, କହିଲେ-ଏପରି ଘଟଣା ଘଟିଥାଏ, ନୂଆ ନୁହେଁ
4/09/2022 at 9:37 PM

ରାଞ୍ଚି: ଝାଡଖଣ୍ଡ ସହ ସାରା ଦେଶ ଅଙ୍କିତା ହତ୍ୟାକାଣ୍ଡକୁ ଭୁଲି ପାରି ନାହିଁ । ଏହାରି ଭିତରେ ଡୁମକାରୁ ଏପରି ଏକ ଖବର ସାମନାକୁ ଆସିଛି ଯାହା ସମସ୍ତଙ୍କୁ ମନକୁ ଆନ୍ଦୋଳିତ କରିଛି । ଝାଡଖଣ୍ଡର ଡୁମକା ଜିଲ୍ଲାରେ ଜଣେ ଆଦିବାସୀ ଯୁବତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପୋଲିସ ରବିବାର ଏହି ମାମଲାରେ ପୋକ୍ସୋ ଆକ୍ଟ ଏବଂ ଏସସି-ଏସଟି ଆକ୍ଟରେ ଦୁଷ୍କର୍ମ ଏବଂ ହତ୍ୟା ମାମଲା ରୁଜୁ କରାଇଛି।
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘଟଣା ଉପରେ ଅଜବ ବୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହିପରି ଘଟଣା ଘଟିଥାଏ, ଏହା ନୂଆଁ ନୁହେଁ’ । ଏହାସହ ଏହିପରି ଘଟଣା କହିକି ଆସେ ନାହିଁ ବୋଲି ସେ କହିଛନ୍ତି।
#WATCH | "Incidents happen. Where do they not occur?" says Jharkhand CM Hemant Soren on the recent incident of a minor girl hanged to death from a tree in Dumka pic.twitter.com/5DoGnWvNtO
— ANI (@ANI) September 4, 2022
ଝାଡଖଣ୍ଡର ଡୁମକା ଜିଲ୍ଲାରେ ଜଣେ ଆଦିବାସୀ ଯୁବୀଙ୍କ ମୃତ ଶରୀରର ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଜିଲ୍ଲା ପୋଲିସ ଏସପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିର ନାଁ ଅରମାନ ଅନସାରୀ। ପୋକ୍ସୋ ଆକ୍ଟ ଏବଂ ଏସସି-ଏସଟି ଆକ୍ଟରେ ଦୁଷ୍କର୍ମ ଏବଂ ହତ୍ୟା ମାମଲା ରୁଜୁ କରାଯାଇଛି।