Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ।। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ।। ରବିବାର ପୂର୍ବାହ୍ନରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ହୋଇଥିଲା ଗୁଳିମାଡ।। ଏସଆଇଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ନବ ଦାସ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ସୋମବାର ସୋରେନ ସରକାରର ଅଗ୍ନିପରୀକ୍ଷା : ବିଧାନସଭାରେ ଲୋଡିବେ ଆସ୍ଥା ଭୋଟ୍

5/09/2022 at 8:18 AM

ରାଞ୍ଚି,୦୫/୦୯: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଗ୍ୟ ଲଟକି ରହିଥିବା ବେଳେ ତାଙ୍କ ନେତୃତ୍ୱାଧୀନ ସରକାର ସୋମବାର ବିଧାନସଭାରେ ଆସ୍ଥା ଭୋଟ ଲୋଡିବେ । ଏଥିପାଇଁ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ବିଜେପିକୁ ବ୍ୟାକ୍‌ଫୁଟରେ ରଖିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି । ବିଧାନସଭା ଅଧିବେଶନରେ ସାମିଲ ହେବାକୁ ରାୟପୁରରେ ରହୁଥିବା ୟୁପିଏର ସବୁ ବିଧାୟକ ରବିବାର ରାଞ୍ଚିରେ ପହଞ୍ଚିଛନ୍ତି ।

ବିଜେପିର ଘୋଡା ବେପାର ଆଶଙ୍କା କରି ବିଧାୟକମାନଙ୍କୁ ରାୟପୁରରେ ରଖାଯାଇଛି । ସରକାରରେ ଅସ୍ଥିରତା ସୃଷ୍ଟି କରିବାକୁ ବିଜେପି ଉଦ୍ୟମ କରୁଥିବା ସୋରେନ ଅଭିଯୋଗ କରିଛନ୍ତି । ନିଜ କମ୍ପାନିକୁ ଖଣି ଲିଜ୍‌ ପ୍ରଦାନ ନେଇ ସୋରେନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ଲାଗି ନିର୍ବାଚନ କମିଶନ ସୁପାରିସ କରିଥିଲେ ମଧ୍ୟ ରାଜ୍ୟପାଳ ରମେଶ ବୈସ୍‌ ତା’ଉପରେ କୌଣସି ନିଷ୍ପତ୍ତି ନେଇପାରିନାହାନ୍ତି । ସେ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଆଇନ ବିଶେଷଜ୍ଞଙ୍କ ସହ ପରାମର୍ଶ ପରେ ସେ ନିଷ୍ପତ୍ତି ନେବେ ।

   Related Posts