ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପୁନର୍ବାର ସରକାର ଗଠନ ଲାଗି ରାଜ୍ୟପାଳଙ୍କୁ ଦେବେ ପ୍ରସ୍ତାବ

1/09/2022 at 1:57 PM

ରାଞ୍ଚୀ ୧।୯: ଝାଡଖଣ୍ଡରେ ଜାରି ରାଜନୈତିକ ସଂକଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଇସ୍ତଫା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। କୁହାଯାଉଛି ସେ ତାଙ୍କ ବିଧାନସଭା ସଦସ୍ୟତା ଛାଡିବେ । ଏଥିଲାଗି ହେମନ୍ତ ସୋରେନ ଅପରାହ୍ନ ୪ଟା ବେଳେ କ୍ୟାବିନେଟ୍ ବୈଠକ ଆହ୍ୱାନ କରିଥିବା ବେଳେ ଏହି ବୈଠକ ପରେ ସେ ବିଧାୟକ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ହେମନ୍ତ ସୋରେନ ଦ୍ୱିତୀୟବାର ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିବେ ବୋଲି ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଆୟୋଗ (ଇସିଆଇ)  ହେମନ୍ତ ସୋରେନଙ୍କ ବିରୋଧରେ ଲାଭର ପଦ (ଅଫିସ ଅଫ ପ୍ରଫିଟ) ମାମଲାର ତଦନ୍ତ କରି ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ସଦସ୍ୟତା ସମାପ୍ତ କରିବା ଲାଗି ଇସିଆଇ ସୁପାରିଶ କରିଛନ୍ତି। ତେବେ ମାମଲାରେ ରାଜ୍ୟପାଳ ରମେଶ ବ୍ୟାସ୍ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତିରେ ଉପନୀତ ହୋଇ ପାରିନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ସଦସ୍ୟତା ସମାପ୍ତ କରି ନାହାନ୍ତି।

ତେବେ ରାଜ୍ୟପାଳ ଖୁବ୍ ଶୀଘ୍ର ଏ ବାବଦେ ନିଷ୍ପତ୍ତି ନେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ସଦସ୍ୟତା ରଦ୍ଦ ସଂକ୍ରାନ୍ତରେ ଗେଜେଟ୍ ନୋଟିଫିକେସନ ପ୍ରକାଶ ପାଇବ ବୋଲି ବେଶ ସମୟରୁ ଚର୍ଚ୍ଚା ଲାଗି ରହିଛି। ଏ ଦିଗରେ ରାଜ୍ୟପାଳଙ୍କ ପକ୍ଷରୁ କୌଣରି ପ୍ରଗତି ହେଉ ନଥିବା ବେଳେ ମୁଖ୍ୟମନ୍ତ୍ରୀ ନିଜପକ୍ଷରୁ  ପଦକ୍ଷେପ ନେବା ସହ ବିଧାସଭା ସଦସ୍ୟ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଆକଳନ କରାଯାଉଛି।

   Related Posts