ନୂଆଦିଲ୍ଲୀ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସହଯୋଗ କରୁନାହାଁନ୍ତି। ଏନେଇ ଅଭିଯୋଗ କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) । ତାଙ୍କ ଏବଂ ଅନ୍ୟମାନଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ଇଡି ତଦନ୍ତ କରୁଛି।
ଏଜେନ୍ସି କହିଛି ଯେ ଜେଏମଏମ ନେତାମାନେ ସେମାନଙ୍କ ଦ୍ୱାରା ଅଧିଗ୍ରହଣ ହୋଇଥିବା ଜମି ବିଷୟରେ ସୂଚନା ଦେବାକୁ ଚାହୁଁନାହାଁନ୍ତି। ତଦନ୍ତକାରୀ ସଂସ୍ଥା PMLA କୋର୍ଟର ବିଚାରପତି ରାଜୀବ ରଂଜନଙ୍କ ସମ୍ମୁଖରେ ସୋରେନଙ୍କୁ ହାଜର କରିଥିଲେ।
ତାଙ୍କ ହେପାଜତକୁ ତିନି ଦିନ ବଢାଇଥିଲେ। ଜାନୁଆରୀ 31ରେ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କିଛି ଘଣ୍ଟା ପରେ ଇଡି ତାଙ୍କୁ ଗିରଫ କରିଥିଲା।ଇଡି କୋର୍ଟଙ୍କୁ କହିଛନ୍ତି ଯେ ହେମନ୍ତ ସୋରେନ ଏବଂ ତାଙ୍କ ଅଭିଯୁକ୍ତ ଘନିଷ୍ଠ ସହଯୋଗୀ ବିନୋଦ ସିଂଙ୍କ ମଧ୍ୟରେ Whatsapp Chat ହୋଇଛି l
ଯେଉଁଥିରେ ରାଞ୍ଚିର ବାରାଗାଇ ଅଞ୍ଚଳରେ 8.5 ଏକର ଜମିରେ ପ୍ରସ୍ତାବିତ ହଲ୍ ବିଷୟରେ ସୂଚନା ମିଳିଥିଲା | ବେଆଇନ ଭାବେ ସୋରେନଙ୍କ ଦ୍ୱାରା ଅକ୍ତିଆର ହୋଇଥିବା ଏବଂ ଏହା ଅସ୍ଥାବର ସମ୍ପତ୍ତି ବୋଲି ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି।
ଏଜେନ୍ସି ଇଡି କୋର୍ଟରୁ ଚାରି ଦିନିଆ ରିମାଣ୍ଡ ମାଗିଥିଲା ଏବଂ ଆଫିଡେଭିଟ୍ରେ କହିଛି ଯେ ହେମନ୍ତ ସୋରେନ ସହଯୋଗ କରୁନାହାଁନ୍ତି ଏବଂ ତାଙ୍କ ତଥା ତାଙ୍କ ନିକଟ ସମ୍ପର୍କୀୟଙ୍କ ଦ୍ୱାରା ପ୍ରାପ୍ତ ସମ୍ପତ୍ତି ସମ୍ପର୍କରେ ପ୍ରକୃତ ତଥ୍ୟ ପ୍ରକାଶ କରୁନାହାଁନ୍ତି।