AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

କେଜ୍ରିଓ୍ଵାଲଙ୍କ ପଥରେ ହେମନ୍ତ ସରକାର, ମାଗଣାରେ ବିଜୁଳି ଓ ଋଣ ଛାଡ କରିବାକୁ ବଜେଟରେ ଘୋଷଣା

3/03/2020 at 9:11 PM

ରାଞ୍ଚି ୦୩।୦୩- ଝାରଖଣ୍ଡର ହେମନ୍ତ ସରକାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପଥକୁ ଅନୁସରଣ କରିଛନ୍ତି। ସେ କେଜ୍ରିଓ୍ଵାଲଙ୍କ ମୋଡେଲ୍ ଆପଣେଇବାକୁ ନିଷ୍ପତ୍ତି ନେଇଛନ୍ତି। ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ କଂଗ୍ରେସର ମେଣ୍ଟ ସରକାର ନିଜର ପ୍ରଥମ ବଜେଟ୍(୨୦୨୦-୨୧)ରେ ଶିକ୍ଷା, ସ୍ଵାସ୍ଥ୍ୟ ଓ ବିଜୁଳି ଉପରେ ଧ୍ୟାନ ଦେଇଛନ୍ତି। ଦିଲ୍ଲୀ ପରି ଝାରଖଣ୍ଡରେ ୧୦୦ ୟୁନିଟ୍ ବିଜୁଳି ମାଗଣା ଏବଂ ରାଜ୍ୟରେ ମୋହଲ୍ଲା କ୍ଲିନିକ ଖୋଲିବାକୁ ମଧ୍ୟ ପ୍ରାବଧାନ କରିଛନ୍ତି। ଏହା ବ୍ୟତୀତ କୃଷକଙ୍କ ଋଣଛାଡ, ସ୍କୋଲାରସିପ ଓ ସର୍ବନିମ୍ନ ସୁବିଧା ଉପରେ ମଧ୍ୟ ବିଶେଷ ଦିଆଯାଇଛି।

ଝାରଖଣ୍ଡର ଅର୍ଥମନ୍ତ୍ରୀ ରାମେଶ୍ଵର  ଉରାଉଁ ମଙ୍ଗଳବାର ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ୨୦୨୦-୨୧ର ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି। ୮୬ ହଜାର  ୩୭୦ କୋଟି ଟଙ୍କାର  ବଜେଟରେ ୧୩,୦୫୪.୦୬ କୋଟି ଟଙ୍କା ପୁଞ୍ଜିଗତ ବ୍ୟୟ ଓ ୭୩, ୩୧୫.୯୪ କୋଟି ଟଙ୍କା ରାଜସ୍ଵ ବ୍ୟୟ ରଖାଯାଇଛି। ନୂତନ ଆର୍ଥିକ ବର୍ଷରେ ବିକାଶ ହାର ଆଠ ପ୍ରତିଶତ ରଖିବାକୁ ଲକ୍ଷ୍ୟ ରଖାଯାଇଛି। ଅର୍ଥମନ୍ତ୍ରୀ ଉରାଉଁ ବଜେଟରେ ଶିକ୍ଷା,  ସ୍ଵାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି।

ଦିଲ୍ଲୀ ପରି ଝାରଖଣ୍ଡରେ ୧୦୦ ୟୁନିଟ ବିଜୁଳି ବ୍ୟବହାର କରୁଥିବା ଲୋକଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେବାକୁ ବଜେଟରେ ବ୍ୟବସ୍ଥା କରାଯାଇଛି। ଏହା ସହିତ ଦିଲ୍ଲୀ ପରି ରାଜ୍ୟରେ ୧୦୦ ମୋହଲ୍ଲା କ୍ଲିନିକ ଖୋଲିବାକୁ ବଜେଟରେ ପ୍ରସ୍ତାବ ରଖାଯାଇଛି। ବଜେଟରେ ୫୭ ଲକ୍ଷ ପରିବାରକୁ ସବସିଡି ଦରରେ ଖାଦ୍ୟଅନ୍ନ, ଲୁଙ୍ଗି ଓ ଧୋତି ଉପଲବ୍ଧ କରାଇବାକୁ ସରକାର ବଜେଟରେ ପ୍ରାବଧାନ କରିଛନ୍ତି। ଏହା ସହିତ ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଧାରରେ ଘର ନିର୍ମାଣକାରୀଙ୍କୁ ଅତିରିକ୍ତ ୫୦ ହଜାର ଟଙ୍କା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ବଜେଟରେ ୫୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ସମସ୍ତ ଲୋକଙ୍କୁ, ସମସ୍ତ ବିଧବାଙ୍କୁ ରାସନ ଉପଲବ୍ଧ କରାଇବାକୁ ଯୋଜନା କରାଯାଇଛି। ବଜେଟକୁ ଲୋକାଭିମୁଖୀ କରିବା ଲାଗି ସରକାର ବଜେଟରେ ସ୍ଵତନ୍ତ୍ର ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିବାର ପ୍ରାବଧାନ କରିଛନ୍ତି। ଏଥିପାଇଁ ବଜେଟରେ ଅଲଗା ଭାବେ ୩୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ

ବଜେଟରେ କୃଷକଙ୍କ ଋଣ ଛାଡର ମଧ୍ୟ ଘୋଷଣା ହୋଇଛି। ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, କୃଷକଙ୍କ ଋଣଛାଡ କରାଯିବ। ପ୍ରଥମ ପର୍ଯ୍ୟାୟରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ କରାଯିବ। ଜିଲ୍ଲା ସ୍କୁଲକୁ ଉଚ୍ଚସ୍ତରୀୟ ବିଦ୍ୟାଳୟ ରୂପେ ବିକଶିତ କରିବାକୁ ବଜେଟରେ ସ୍ଵତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ବ୍ୟତୀତ ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସେବାରେ ସୁଧାର ପାଇଁ ବିଶେଷ ଯୋଜନା ପ୍ରସ୍ତୁତ କରାଯାଇଛି।

   Related Posts