ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ଝାଡ଼ଖଣ୍ଡ କ୍ୟାବିନେଟ୍‌ର ନିଷ୍ପତ୍ତି, ଗ୍ରାହକଙ୍କୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ମିଳିବ ମାଗଣା

16/07/2022 at 4:05 PM

ରାଞ୍ଚି ୧୬।୭: ଝାଡଖଣ୍ଡ ହେମନ୍ତ ସୋରେନ ସରକାର ଶନିବାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କୁ ପ୍ରତିମାସରେ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ନିଶୁଳ୍କ ଦେବା ଲାଗି ସରକାରଙ୍କ ପ୍ରସ୍ତାବକୁ କ୍ୟାବିନେଟ୍ ର ମଞ୍ଜୁରୀ ମିଳିଛି। ଅର୍ଥାତ ଯେଉଁ ଉପଭୋକ୍ତା ମାସିକ ୧୦୦ ୟୁନିଟ୍‌ରୁ କମ ବିଦ୍ୟୁତ ଖର୍ଚ୍ଚ କରୁଥିବେ ସେମାନଙ୍କୁ ଏବେ ଆଦୌ ଶୁଳ୍କ ଦେବାକୁ ପଡିବ ନାହିଁ। ନିଷ୍ପତ୍ତି ଅନୁସାରେ ୧୦୦ରୁ ଅଧିକ ଓ ୪୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ଖର୍ଚ୍ଚ କରୁଥିବା ଗ୍ରାହକଙ୍କୁ ସବସିଡି ପ୍ରଦାନ କରାଯିବ।

ତେବେ ମାସିକ ଯେଉଁ ଉପଭୋକ୍ତା ୪୦୦ ୟୁନିଟ୍‌ରୁ ଅଧିକ ବିଦ୍ୟୁତ ଖର୍ଚ୍ଚ କରୁଛନ୍ତି ସେମାନଙ୍କୁ ପ୍ରତି ୟୁନିଟ୍ ୬ଟଙ୍କା ୭୫ ପଇସା ହିସାବରେ ବିଲ ପୈଠ କରିବାକୁ ହେବ। ରାଜ୍ୟରେ ମାସିକ ୧୦୦ ୟୁନିଟରୁ କମ୍ ବିଦ୍ୟୁତ ଖର୍ଚ୍ଚ କରୁଥିବା ଉପଭୋକ୍ତାଙ୍କ ସଂଖ୍ୟା ପ୍ରାୟ ୩୨ ଲକ୍ଷରୁ ଅଧିକ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଗ୍ରାମୀଣ ଉପଭୋକ୍ତାଙ୍କ ସଂଖ୍ୟା କେବଳ ୨୭ ଲକ୍ଷ। ଏଣୁ  ବିଦ୍ୟୁତ ଉପଭୋକ୍ତାଙ୍କ ଏକ ବଡ ଅଂଶ ସରକାରଙ୍କ ନିଷ୍ପତ୍ତି ଯୋଗୁ ଲାଭବାନ ହେବେ ବୋଲି କୁହାଯାଇଛି।

ତେବେ ଗ୍ରାହକଙ୍କୁ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ନିଶୁଳ୍କ  କରିବା ସରକାରଙ୍କ ରାଜକୋଷ ଉପରେ ବୋଝ ବଢାଇବ। ରାଜ୍ୟ ସରକାର ଏହି ଶୁଳ୍କ ରିହାତି ଜିବିଭିଏନଏଲ ସବସିଡିରେ ପ୍ରଦାନ କରିବେ। ସରକାର ଏହି ରିହାତି ପୂର୍ବରୁ  ସହରାଞ୍ଚଳ ଉପଭୋକ୍ତାଙ୍କ ଲାଗି ୬ କୋଟି ଓ ଗ୍ରାମାଞ୍ଚଳ ନିମନ୍ତେ ୩୮ କୋଟି ଟଙ୍କା ମାସିକ ସବସିଡି ପ୍ରଦାନ କରୁଛନ୍ତି। ଏବେ ଯୋଜନା ଲାଗୁ ହେବା ପରେ ସରକାର ସହରାଞ୍ଚଳ ଉପଭୋକ୍ତାଙ୍କ ଲାଗି ୧୬ କୋଟି ଓ ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ନିମନ୍ତେ ୬୦ କୋଟି ଟଙ୍କା ସବସିଡି ପ୍ରଦାନ କରିବେ।

ତେବେ ଏହି ଯୋଜନା ଲାଗୁ ହେବା ପରେ ପୂର୍ବପରି ୪୦୦ ୟୁନିଟରୁ ଅଧିକ ବିଦ୍ୟୁତ ଖର୍ଚ୍ଚ କରୁଥିଲେ ଗ୍ରାହକ ସବସିଡିର ସୁବିଧା ନେଇ ପାରିବେନି। ହେଲେ ୧୦୦ ୟୁନିଟ୍‌ରୁ ଅଧିକ ଓ ୪୦୦ ୟୁନିଟ୍‌ରୁ କମ୍‌ ବିଦ୍ୟୁତ ଖର୍ଚ୍ଚ କରୁଥିବା ଉପଭୋକ୍ତାଙ୍କୁ କେବଳ ବିଦ୍ୟୁତ ସବସିଡି ମିଳିବ ବୋଲି କୁହାଯାଇଛି।   

   Related Posts