Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟ୍ରାକ୍ଟର ମାଲିକଙ୍କଠୁ ଲାଞ୍ଚ ନେବା ପଡିଲା ମହଙ୍ଗା, ହେମଗିରି ଏଏସ୍‌ଆଇଙ୍କୁ ନିଲମ୍ବିତ କଲେ ଏସ୍‌ପି

29/05/2023 at 5:03 PM

ସୁନ୍ଦରଗଡ଼ ୨୯।୫: ଟ୍ରାକ୍ଟର ମାଲିକଙ୍କଠାରୁ ଲାଞ୍ଚ ନେବା ମହଙ୍ଗା ପଡିଲା । ନିଲମ୍ବିତ ହେଲେ ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଏଏସଆଇ ।  ଟ୍ରାକ୍ଟର ମାଲିକଙ୍କ ଠାରୁ ୭୦ହଜାର ଟଙ୍କା ଲାଞ୍ଚ ନେଉଥିବା ଆଭିଯୋଗରେ ଚାକିରୀରୁ ନିଲମ୍ବିତ କଲେ ସୁନ୍ଦରଗଡ ଏସପି ।

ସୂଚନାଯୋଗ୍ୟ ଯେ, ଟ୍ରାକ୍ଟରରେ ମାଟି ଉଠାଇବାକୁ କେନ୍ଦ୍ରକରି ଦୁଇ ଟ୍ରାକ୍ଟର ମାଲିକଙ୍କୁ ଲାଞ୍ଚ ମାଗିଥିଲେ  ହେମଗିରି ଥାନା ଏଏସଆଇ ତପନ କୁମାର ବେହେରା । ଟ୍ରାକ୍ଟର ମାଲିକ ଫୋନ୍‌ ପେ’ ଯୋଗେ ତାଙ୍କୁ  ଟଙ୍କା ମଧ୍ୟ ଦେଇଥିଲେ । ତେବେ ଏନେଇ ଗତ ସପ୍ତାହରେ ସମ୍ପୃକ୍ତ ଅଞ୍ଚଳରେ ହୋଇଥିବା ଜନଶୁଣାଣିରେ ଟ୍ରାକ୍ଟର ମାଲିକ ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣିବା ପରେ ଏସ୍‌ପି ପ୍ରତ୍ୟୁଷ ଦିବାକର ଏସ୍‌ଡିପିଓଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତରେ ସତ ଜଣାପଡିବା ପରେ ଏଏସ୍ଆଇଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।

You Can Read :

   Related Posts