ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ବିଭାଗର ନିବେଦନ ; କରୋନାରେ ଆମେ ଅନେକ ଲୋକଙ୍କୁ ହରାଇଛୁ, ଆଉ ହରାଇବାକୁ ଦିଅନ୍ତୁ ନାହିଁ..

Published By : Prameya-News7 Bureau | September 14, 2021 IST

ଭୁବନେଶ୍ୱର ୧୪।୦୯: ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟବାସୀଙ୍କୁ ନିବେଦନ । ରାଜ୍ୟ ସରକାର ଯେଉଁ କୋଭିଡ ଗାଇଡ଼ ଲାଇନ ଜାରି କରିଛନ୍ତି ତାହାକୁ ସମସ୍ତେ ପାଳନ କରନ୍ତୁ । କରୋନା ପାଇଁ ଅକାଳରେ ଆମେ ଅନେକ ଲୋକଙ୍କୁ ହରାଇଛୁ । ଗତକାଲି ମଧ୍ୟ ଆମର ଜଣେ ଡାକ୍ତର ଙ୍କୁ ହରେଇଛୁ । ଅନେକ ସାଧାରଣ ଲୋକ,ସାମ୍ବାଦିକ ଓ ଡାକ୍ତରଙ୍କୁ ଅକାଳରେ ହରାଇଛୁ । ଆଉ ହରାଇବାକୁ ଦିଅନ୍ତୁ ନାହିଁ । ଆପଣ ମାନେ ଯଦି କୋଭିଡ ଗାଇଡ଼ ଲାଇନ ପାଳନ କରିବେ ନାହିଁ ତେବେ ପୁଣି ଥରେ ଆମେ ପୂର୍ବ ସ୍ଥିତିକୁ ଫେରିବା । ତେଣୁ ସତର୍କତା ସହ ଆମକୁ ଚାଲିବାକୁ ପଡିବ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୪ ଜଣ କୋଭିଡ଼ରେ ଆଖିବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୦୪କୁ ବୃଦ୍ଧି ପାଇଛି ।  ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୦୧୭୨୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୨୯୦ଟି ଆକ୍ଟିଭ୍‌ କେସ୍‌ ରହିଛନ୍ତି । ଏବେ ଯାଏଁ ରାଜ୍ୟରେ ୧୮୯୫୩୧୬୩ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.