ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ : ୩ଟି ଟ୍ରେନ୍ ବାତିଲ, ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି

Published By : Prameya-News7 Bureau | July 30, 2024 IST

ରାଉରକେଲା ୩୦: ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ୍ ଟ୍ରେନ୍ ଲାଇନଚ୍ୟୁତ ହେବା ପରେ ସେହି ଲାଇନ୍‌ରେ ୩ଟି ଟ୍ରେନ୍ ବାତିଲ ହୋଇଛି । ହାଓ୍ବଡା -ଟିଟିଲାଗଡ-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ୍ ବାତିଲ ହୋଇଛି । ଖଡଗପୁର-ଧାନବାଦ, ହାଓ୍ବଡା-ଭୁବନେଶ୍ବର- ହାଓ୍ବଡା ଜନଶତାବ୍ଦୀ ଏକ୍ସପ୍ରେସ୍ ମଧ୍ୟ ବତିଲ ହୋଇଛି । ୩ଟି ଟ୍ରେନ୍ ସ୍ବଳ୍ପ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନ୍‌ର ଗତିପଥ ବଦଳାଯାଇଛି ।

ସେପଟେ ଭାରତୀୟ ରେଳବାଇ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । ଟାଟାନଗର-ରାଉରକେଲା, ଝାରସୁଗୁଡ଼ା, ଚକ୍ରଧରପୁର, ଟାଟାନଗର ପାଇଁ ହେଲ୍ପଲାଇନ୍‌ ଜାରି କରିଛି ରେଳ ବିଭାଗ ।

ରାଉରକେଲା ପାଇଁ ୦୬୬୧-୨୫୦୧୦୭୨/୨୫୦୦୨୪୪/୨୫୦୦୧୯୧/୨୫୦୦୧୭୧, ହାୱଡ଼ା ପାଇଁ ୯୪୩୩୩୫୭୯୨୦, ୦୩୩୨୬୩୮୨୨୧୭, ରାଞ୍ଚି ପାଇଁ ୦୬୫୧-୨୭-୮୭୧୧୫, ମୁମ୍ବାଇ ପାଇଁ ୦୨୨-୨୨୬୯୪୦୪୦, ନାଗପୁର ପାଇଁ ୭୭୫୭୯୧୨୭୯୦, ହାଓ୍ବଡା ପାଇଁ ୦୩୩-୨୬୩୮୨୨୧୭, ୯୪୩୩୩୫୭୯୨୦, ଟାଟାନଗର ପାଇଁ ୦୬୫୭୨ ୨୯୦୩୨୪, ଚକ୍ରଧରପୁର ପାଇଁ ୦୬୫୮୭ ୨୩୮୦୭୨, ଝାରସୁଗୁଡ଼ା ପାଇଁ ୦୬୬୪୫-୨୭୨୫୩୦ ଜାରି କରାଯାଇଛି । 

ମଙ୍ଗଳବାର ପୂର୍ବାହ୍ନରେ ହାଓ୍ବଡା-ମୁମ୍ବାଇ ମେଲ ଟ୍ରେନ୍ ନମ୍ବର ୧୨୮୧୦ ହାଓ୍ବଡା-ମୁମ୍ବାଇ ମାର୍ଗରେ ଥିବା ଚକ୍ରଧରପୁର ଡିଭିଜନର ବାଦାବମ୍ବୋ-ରାଜଖରସୱାନ ରେଳ ଷ୍ଟେସନ ମଧ୍ୟରେ ଥିବା ପୋଟୋ ବେଡା ଗ୍ରାମ ନିକଟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଏହି କାରଣରୁ ଚାରିଟି ସାଧାରଣ ବଗି ବ୍ୟତୀତ ସମସ୍ତ ବଗି ନଷ୍ଟ ହୋଇଯାଇଥିଲା । ଅନେକ ଲୋକ ଆହତ ହୋଇଥିବା ଖବର ରହିଛି ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଡିଆରଏମ୍ ଏବଂ ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି । ସୂଚନା ପାଇବା ମାତ୍ରେ ସରାଇକେଲା ଡେପୁଟି କମିଶନର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ଥାନୀୟ ଗ୍ରାମବାସୀ ମଧ୍ୟ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ଖବର ରହିଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍ ଟାଟାନଗରରୁ ବାଡା ବମ୍ବୋ ଅତିକ୍ରମ କରିବା ମାତ୍ରେ ହଠାତ ଟ୍ରେନ୍ ପ୍ରଚଣ୍ଡ ଶବ୍ଦରେ ଖସିପଡିଥିଲା । ଏହି ଘଟଣା ଭୋର ସମୟରେ  ଘଟିଥିବା ଜଣାପଡିଛି । 

You Can Read:

ଝାଡଖଣ୍ଡରେ ଟ୍ରେନ୍ ଦୁର୍ଘଟଣା, ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ, ଅନେକ ଆହତ

  • Jharkhand
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.