ଶିକ୍ଷାନୁଷ୍ଠାନରେ ରାଗିଂ ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ଜାରି ହେବ ହେଲ୍ପ ଲାଇନ୍ ନମ୍ବର

Published By : Prameya-News7 Bureau | July 07, 2022 IST

ଖଲ୍ଲିକୋଟ ୭।୭: ବିଭିନ୍ନ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ରାଗିଂ ଯୋଗୁଁ ବହୁ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥାନ୍ତି । ଗଞ୍ଜାମ ଜିଲ୍ଲାରେ କୌଣସି ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ କିମ୍ବା ଯାନ୍ତ୍ରିକ ବିଦ୍ୟାଳୟଗୁଡିକରେ ରାଗିଂ ହେଉଥିବା ଜଣାପଡିବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ସୂଚନା ଦେଇଛନ୍ତି । ଏପରିକି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯିବ । ଯେକୌଣସି ଶିକ୍ଷାନୁଷ୍ଠାନଗୁଡିକରେ ରାଗିଂର ଶିକାର ହେଉଥିବା ଛାତ୍ରଛାତ୍ରୀମାନେ ତୁରନ୍ତ ଏହି ନମ୍ବରରେ ଜଣାଇପାରିବେ । ତୁରନ୍ତ ଜିଲ୍ଲା ପ୍ରଶାସନ ଓ ପୋଲିସ ଏହା ଉପରେ କାର୍ଯ୍ୟନୁଷ୍ଠାନ ନେବେ ।

{"id":652889,"sizeSlug":"full","linkDestination":"none"}

ବୈଠକରେ ଜିଲ୍ଲାରେ ଥିବା ମହାବିଦ୍ୟାଳୟ, ନର୍ସିଂ କଲେଜ, ଆଇଟିଆଇ ଓ ଘରୋଇ ବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟକ୍ଷାମାନଙ୍କୁ ଜିଲ୍ଲାପାଳ ଆଣ୍ଟି ରାଗିଂ ସ୍କ୍ବାର୍ଡ ଓ ଇଣ୍ଟରନାଲ କମିଟି ଗଠନ ସମ୍ପର୍କରେ ପଚାରି ବୁଝିଥିଲେ । ଯେଉଁଠି ବି ରାଗିଂର ଅଭିଯୋଗ ଆସିବ ତୁରନ୍ତ ଅନୁସନ୍ଧାନ ସମେତ ଏହି ଦିଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶିକ୍ଷାନୁଷ୍ଠାନଗୁଡିକରେ ଶୈକ୍ଷିକ ବାତାବରଣ ସମେତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ବ ଦିଆଯାଇଛି । ଛାତ୍ରାବାସ ଦାୟିତ୍ବରେ ଥିବା ଅଧ୍ୟକ୍ଷ, ୱାର୍ଡନ ଦିନକୁ ଦୁଇ ଥର ଛାତ୍ରବାସ ପରିଦର୍ଶନ କରିବା ଉଚିତ । ଏହାସହ ଜିଲ୍ଲାର ପ୍ରତ୍ୟେକ କଲେଜରେ ଥିବା ଛାତ୍ରନେତାମାନଙ୍କଠାରୁ ସେମାନଙ୍କ ଦ୍ବାରା କୌଣସି ରାଗିଂ କରାଯାଉନଥିବା ନେଇ ଏକ ଅଣ୍ଡରଟେକିଂ ଲେଖା ରଖାଯିବ । ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ପ୍ରିୟ ରଞ୍ଜନ ପୃଷ୍ଟି ସମେତ ବହୁ କଲେଜର ପ୍ରିନ୍ସପାଲ ସମତେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.