ଅସହାୟ ମହିଳାଙ୍କୁ ସହାୟତାର ହାତ ବଢାଇଲା ସ୍ୱେଚ୍ଛାସେବୀ ସଙ୍ଗଠନ: ତିଆରି ହେବ ଘର, ମିଳିବ ସରକାରୀ ଯୋଜନା

Published By : Prameya-News7 Bureau | December 24, 2022 IST

ଆନନ୍ଦପୁର ୨୪/୧୨: ୭ ମାସ ପୂର୍ବେ ଏକା ସାଙ୍ଗେ ଚାଲିଯାଇଥିଲେ ସ୍ୱାମୀ ଓ ଶାଶୁ । ଉଭୟଙ୍କ ଦେହାନ୍ତ ପରେ ନିଜ ୪ଶିଶୁଙ୍କୁ ଧରି ସମ୍ପକୀୟଙ୍କ ବାଡିରେ ପଲାମାରି ଆଶ୍ରୟ ନେଉଥିଲେ । ତେବେ ଅସହାୟ ଅବସ୍ଥାରେ ପଡି ରହିଥିବା ମହିଳା ମୀନତି ଦାସର ଏବେ ଦୁଃଖ ଦୂର ହେବାକୁ ଯାଉଛି ।

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ଶାଳନିଆଁ ପଞ୍ଚାୟତର ମନୋହରପୁର ଗାଁରେ ପ୍ରାୟ ୭ମାସ ହେବ ପଡିରହିଥିବା ମମତାଙ୍କ ସମ୍ପର୍କରେ ଖବରପାଇ ସ୍ବେଚ୍ଛାସେବୀ ସଙ୍ଗଠନ ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟ ଅର୍ଗାନାଇଜେସନର ସଦସ୍ୟ ମାନେ ତାଙ୍କ ନିକଟରେ ପହଞ୍ଚିଛନ୍ତି ।

ମମତା ସେଠାକାର ମୁଳ ବାସିନ୍ଦା ହୋଇନଥିବାରୁ ତାଙ୍କ ର କୌଣସି ସରକାରୀ ପ୍ରମାଣପତ୍ର ନାହିଁ । ମମତାଙ୍କ ଅସହାୟତାକୁ ଉପଲବ୍ଧ କରି ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ୧ ମାସର ପାଇଁ ରାସନ ସାମଗ୍ରୀ ସହ କମ୍ବଳ ପ୍ରଦାନ କରାଯାଇଛି । ଏଥିସହ ତାଙ୍କ ପାଇଁ ବାସ ଉପଯୋଗୀ ଏକ ଘର ନିର୍ମାଣ ୨୪ ଘଣ୍ଟା ମଧ୍ୟରେ ସମ୍ପୁର୍ଣ୍ଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଶିବଶକ୍ତି ସୋସିଆଲ ଡେଭଲପମେଣ୍ଟର ସଦସ୍ୟ । ସ୍ୱେଚ୍ଛାସେବୀ ଅନୁଷ୍ଠାନର ଏଭଳି କାମକୁ ସବୁ ମହଲରେ ପ୍ରସଂଶା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.