LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦୁର୍ଘଟଣା ପରେ ଟ୍ରକ୍ କ୍ୟାବିନ୍‌ରେ ଚାପି ହୋଇଗଲେ ହେଲପର୍‌, ୨ ଘଣ୍ଟା ପରେ ଉଦ୍ଧାର

26/05/2023 at 1:21 PM

Truck Accident

ଆନନ୍ଦପୁର ୨୬।୫: ଦୁର୍ଘଟଣାର ଦୁଇ ଘଣ୍ଟା ପରେ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ କ୍ୟାବିନ୍ ଭିତରୁ ହେଲପରକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଦେଇ ଯାଇଥିବା ୨ ନଂ ଜାତୀୟ ରାଜପଥର ଆଗର୍ଦା ଛକ ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଦେଇ ଯାଇଥିବା ୨ ନଂ ଜାତୀୟ ରାଜପଥର ଆଗର୍ଦା ଛକ ନିକଟରେ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଏକ  ଟ୍ରକ୍ ପଛରେ ଟ୍ରଲର ଧକ୍କା ଦେଇଥିଲା । ଭୟଙ୍କର ଭାବେ ହୋଇଥିବା ଏହି ଦୁର୍ଘଟଣାରେ ଟ୍ରେଲରର କ୍ୟାବିନ୍‌ ଭାଙ୍ଗିରୁଜି ଯିବା ସହ କ୍ୟାବିନ୍ ଭିତରେ ଚାପି ହୋଇ ରହିଯାଇଥିଲା ହେଲପର । ସ୍ଥାନୀୟଲୋକେ ଚେଷ୍ଟାକରି ତାଙ୍କୁ ଉଦ୍ଧାର କରିବାରେ ବିଫଳ ହେବାପରେ ଘଷିପୁରା  ଅଗ୍ନିଶମ ବିଭାଗ କର୍ମଚାରୀମାନେ ଖବର ପାଇ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ହେଲପର ଅନୁଗୋଳ ଜିଲ୍ଲା କୃଷ୍ଣପୁର ଗ୍ରାମର ତୁଷାରକାନ୍ତି ସାହୁଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ  ପରେ କଟକ ସ୍ଥାନାନ୍ତର କରାଯାଇଛି ।

   Related Posts