ଏବେ ବି ଖୋଲାରହିଛି ହେଲ୍ପ ଡେସ୍କ, ମୃତାହତଙ୍କ ସଂପର୍କରେ ତଥ୍ୟ ହାସଲ ପାଇଁ କାମ କରୁଛି ସଂଗଠନ
4/06/2023 at 3:16 PM

ଭଦ୍ରକ ୦୪।୦୬ : ଏବେ ବି କାମ କରୁଛି ହେଲ୍ପ ଡେସ୍କ । ଭଦ୍ରକ ମେଡିକାଲ ସମ୍ମୁଖରେ ବିଭିନ୍ନ ସଂଗଠନ ପକ୍ଷରୁ ହେଲ୍ପ ଡେସ୍କ ଖୋଲିଛି । ମେଡିକାଲରେ ଚିକିତ୍ସିତ ରୋଗୀଙ୍କ ସ୍ଥିତି, ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ରୋଗୀଙ୍କ ତଥ୍ୟ , ମୃତକଙ୍କ ତାଲିକା ସଂପର୍କରେ ମୃତାହତଙ୍କ ସଂପର୍କୀୟଙ୍କୁ ସବିଶେଷ ତଥ୍ୟ ଦେବାରେ ସହଯୋଗ କରୁଛନ୍ତି ସଂଗଠନ ।

ଖବର ଅନୁଯାୟୀ, ଶୁକ୍ରବାର ଦିନ ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ତିନୋଟି ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯେଉଁଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ମୃତାହତଙ୍କ ସଂପର୍କରେ ତଥ୍ୟ ହାସଲ ପାଇଁ ସଂପର୍କୀୟମାନେ ମେଡିକାଲରୁ ମେଡିକାଲକୁ ବୁଲୁଛନ୍ତି । ତେବେ ଭଦ୍ରକ ମେଡିକାଲ ସମ୍ମୁଖରେ ସାମଜସେବୀଙ୍କ ପକ୍ଷରୁ ହେଲ୍ପ ଡେସ୍କ ଖୋଲାଯାଇଥିଲା । ମେଡିକାଲରେ ଚିକିତ୍ସିତ ରୋଗୀଙ୍କ ସ୍ଥିତି, ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ରୋଗୀଙ୍କ ତଥ୍ୟ ,ମୃତକଙ୍କ ତାଲିକା ସଂପର୍କରେ ମୃତାହତଙ୍କ ସଂପର୍କୀୟଙ୍କୁ ସବିଶେଷ ତଥ୍ୟ ଦେବାରେ ସହଯୋଗ କରୁଛନ୍ତି ଏହି ହେଲ୍ପ ଡେସ୍କ ।

ସେହିପରି ଯଦି କେହି ଲୋକ ନିଜ ସଂପର୍କୀୟଙ୍କ ଫଟୋ ଦେଖାଉଛନ୍ତି । ତେବେ ସେମାନଙ୍କ ମୋବାଇଲ୍ ନମ୍ବସର ସହ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଉଛି । କୌଣସି ବ୍ୟକ୍ତି ଏହି ବ୍ୟକ୍ତିଙ୍କ ସଂପର୍କରେ ଖବର ପାଇଲେ ଯୋଗାଯୋଗ କରିବାକୁ ମଧ୍ୟ କୁହାଯାଉଛି ।
You Can Read :