ବାଇକ୍ ପଛ ପଟେ ବସୁଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ପ୍ରସଙ୍ଗରେ ସାଧାରଣରେ ଅସନ୍ତୋଷ, କଂଗ୍ରେସ ରାସ୍ତାକୁ ଓହ୍ଲାଇବାକୁ ଦେଲା ଚେତାବନୀ

Published By : Prameya-News7 Bureau | December 06, 2020 IST

ଭୁବନେଶ୍ୱର ୦୬/୧୨ : ଏଣିକି ବାଇକ ଚାଳକଙ୍କ ସହିତ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ। ଏ ଭଳି ଟ୍ୱିଟ କରି ସୂଚନା ଦେଇଛି ଏସଟିଏ । ବିନା ସଚେତନରେ ଏଭଳି ଆଇନ ସାଧାରଣ ଲୋକ ବିରୋଧ କରିଛନ୍ତି । ସେପଟେ ଆଗାମୀ ଦିନରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଥିବାବେଳେ, ବିଜେପି କହିଛି ୨ ରୁ ୪ ମାସ ସମୟ ଦରକାର ।

{"id":373604,"width":571,"height":512,"sizeSlug":"large"}

ସାଢ଼େ ଚାରିକୋଟି ଲୋକଙ୍କ ପାଇଁ ଗୋଟିଏ ଟ୍ୱିଟ । ଟ୍ୱିଟକୁ ନେଇ ବଢୁଛି ଅସନ୍ତୋଷ। ରାଜ୍ୟ ପରିବହନ ପ୍ରାଧିକରଣ ବା ଏସଟିଏ କରିଥିବା ଟ୍ୱିଟକୁ ନେଇ ସାଧାରଣରେ ଏଭଳି ପ୍ରତିକ୍ରିୟା ଦେଖିବାକୁ ମିଳିଛି। ନା ପୂର୍ବ ସୂଚନା ନା ସଚେତନ, ଏଥର କୁହାଗଲା ବାଇକ ଚାଳକଙ୍କ ସହିତ ପଛରେ ବସିଥିବା ବ୍ୟକ୍ତିବି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ନଚେତ ମୋଟା ଅଙ୍କର ଫାଇନ ସହିତ ଗାଡିଚାଲକଙ୍କ ଲାଇସେନ୍ସ ବାତିଲ ହେବ । ୨୦୧୯ ମସିହାରେ ଆସିଥିବା ଏକ ଅଇନ ଆଧାରରେ ଏସଟିଏ କମିଶନରଙ୍କ ପକ୍ଷରୁ ଏହି ଆଦେଶ ନାମ ଜାରି କରଯାଇଛି । ସେପଟେ କିଛି ଲୋକ ସ୍ୱାଗତ କରିଥିବାବେଳେ, ଆଉକିଛି ଲୋକ ରାଜ୍ୟରେ ହିଟଲର ଶାସନ ଚାଲିଥିବା କହିଛନ୍ତି।

{"id":373587,"sizeSlug":"large"}

ସାଧାରଣରେ ଏଭଳି ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ, କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହା ଭଲ ପଦକ୍ଷେପ, ହେଲେ ଓଡ଼ିଶାରରେ କାର୍ଯ୍ୟକାରୀ ହେବା ପୂର୍ବରୁ ଲୋକଙ୍କୁ ସଚେତନ ପାଇଁ ଦୁଇ ତିନିମାସ ସମୟ ଦରକାର ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସରକାର ମନମୁଖୀ ଚଳେଇଛନ୍ତି, ସେପଟେ ଖଣି ମାଫିଆଙ୍କୁ ଧରନ୍ତୁ। ସରକାର ଲୋକ ସଚେତନ ନକରି ଲାଗୁ କରିବା ଭୁଲ। ଆଗାମୀ ଦିନରେ କଂଗ୍ରେସ ଏହାକୁ ବିରୋଧ କରିବ ।

ଲୋକଙ୍କ ସୁରକ୍ଷା ପାଇଁ ଆଇନ ଆଣିବା ଭଲକଥା ହେଲେ, ବିନା ସଚେତନରେ ଏହାକୁ କାର୍ଯ୍ୟକାରୀ କରିବା ଠିକ ନୁହେଁ ବୋଲି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳ ପରିକ୍ରିୟା ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.