କେଦାରନାଥରେ ଅବତରଣ ବେଳେ ଅଳ୍ପକେ ବର୍ତ୍ତିଲା ହେଲିକପ୍ଟର, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | June 06, 2022 IST

ଡେରାଡୁନ; କେଦାରନାଥରେ ମେ ୩୧ରେ ଏକ ଘରୋଇ ବିମାନ କମ୍ପାନୀର ହେଲିକପ୍ଟର ଅବତରଣ ସମୟରେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଅବତରଣ ସମୟରେ ପାଇଲଟ୍ ହେଲିକପ୍ଟର ଉପରୁ କିଛି ସମୟ ନିୟନ୍ତ୍ରଣ ହରାଇଥିଲେ। ହେଲିକପ୍ଟର ଦୋହଲିବା ପରେ ମାଟିରେ ଧକ୍କା ଖାଇ ପୁଣି ଥରେ ଉପରକୁ ଉଠିଥିଲା। ସୌଭାଗ୍ୟବଶତଃ ପାଇଲଟ୍ ହେଲିକପ୍ଟରକୁ ନିୟନ୍ତ୍ରଣ କରି ସୁରକ୍ଷିତ ଅବତରଣ କରାଇଛନ୍ତି। ଏହି ସମୟରେ କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି ଏବଂ ସମସ୍ତେ ସକୁଶଳ ଅଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ୍ ହୋଇଛି।

ବେସାମରିକ ବିମାନ ଚଳାଚଳ ମହା ନିର୍ଦ୍ଦେଶକ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ମାର୍ଗଦର୍ଶିକା ଜାରି କରିଛନ୍ତି। ଘରୋଇ ହେଲିକପ୍ଟର ସଞ୍ଚାଳକଙ୍କୁ ଜାରି କରାଯାଇଥିବା ଏହି କଠୋର ମାର୍ଗଦର୍ଶିକାରେ ସୁରକ୍ଷା ମାପଦଣ୍ଡକୁ କଡାକଡି ପାଳନ କରିବାକୁ କୁହାଯାଇଛି। ଏଥିସହ ପରିଚାଳକଙ୍କ ଗତିବିଧିର ସୂଚନା ପାଇ ସ୍ପଟ୍ ଚେକ୍‌ର ଯୋଜନା କରାଯାଇଛି। ମେ ୩୧ରେ ଘଟିଥିବା ଏହି ଘଟଣାର ଯାଞ୍ଚ ଜାରି ରହିଛି।

wp:html /wp:html

କେଦାରନାଥରେ ଲଗାତାର ଖରାପ ପାଣିପାଗ କାରଣରୁ ହେଲିକପ୍ଟର ପାଇଲଟଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।  ମେ ୩୧ରେ ଖୁବ ଜୋରରେ ପବନ ବହିବା ଏବଂ ପ୍ରତିକୂଳ ପାଣିପାଗ ଯୋଗୁଁ ପାଇଲଟଙ୍କୁ ଅବତରଣ କରାଇବାରେ ମୁସ୍କିଲ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା। ହେଲେ କୌଣସି ପ୍ରକାରେ ପାଇଲଟ୍ ହେଲିକପ୍ଟରକୁ ନିୟନ୍ତ୍ରଣ କରି ଅବତରଣ କରାଇଥିଲେ ଏବଂ ବଡ ଅଘଟଣ ଟାଳିବାରେ ସକ୍ଷମ ହୋଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.