ଖରାପ ପାଗ ହେଲା କାଳ, ଇରୋଡରେ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ

Published By : Prameya-News7 Bureau | January 25, 2023 IST

ଇରୋଡ ୨୫/୦୧: ଖରାପ ପାଗ ହେତୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ହେଲିକପ୍ଟରର ଏମରଜେନ୍ସି ଲ୍ୟାଣ୍ଡିଂ । ଆର୍ଟ ଅଫ୍ ଲିଭିଂ ସଂସ୍ଥାପକ ଶ୍ରୀ ଶ୍ରୀ ରବି ଶଙ୍କର ଏବଂ ଅନ୍ୟ ଚାରିଜଣଙ୍କୁ ନେଇ ଯାଉଥିବା ହେଲିକପ୍ଟର ପାଗ ଖରାପ ହେତୁ ଇରୋଡର ସାଥିଆଙ୍ଗଲାମ ଅଞ୍ଚଳରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି ।

ସୂଚନା ଥାଉକି ସୋମବାର ସକାଳେ ଶ୍ରୀ ଶ୍ରୀ ରବି ଶଙ୍କର ଅନ୍ୟ ଚାରିଜଣଙ୍କ ସହ ହେଲିକପ୍ଟରରେ ଯାତ୍ରା କରୁଥିଲେ । କିନ୍ତୁ ପାଗ ଖରାପ ଥିବାରୁ ତାମିଲନାଡୁର ଇରୋଡ ଜିଲ୍ଲାରେ ସକାଳ ୧୦.୪୦ ସମୟରେ ଚପରଙ୍କୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି । ପରେ ପାଗ ଠିକ୍ ହେବା ପରେ ହେଲିକପ୍ଟରଟି ୫୦ ମିନଟ ପରେ ପୁଣି ଥରେ ଉଡାଣ ଭରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.