ନୂଆଦିଲ୍ଲୀ: କେଦାରନାଥ ଧାମରେ ହେଲିକପ୍ଟର କ୍ରାସ୍ । ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ବାୟୁସେନର ଏହି ହେଲିକପ୍ଟର ଏକ ଚପରକୁ ନେଇ ଆସୁଥିବା ବେଳେ ରାମଓ୍ବାଡ଼ା ନିକଟରେ ଖସିପଡ଼ିଥିଲା ।
ସୂଚନା ଅନୁଯାୟୀ, ମେ’ ୨୪ ତାରିଖରେ ଯେଉଁ ହେଲିକପ୍ଟର ଲ୍ୟାଣ୍ଡିଂ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା, ସେହି ହେଲିକପ୍ଟର ଆଜି ସକାଳୁ କ୍ରାସ୍ ହୋଇଛି । ଶନିବାର ଚପରକୁ ମରାମତି ପାଇଁ ବାୟୁସେନାର ଏମଆଇ-୧୭ ହେଲିକପ୍ଟର ନେଇଥିବା ବେଳେ ରାମଓ୍ବାଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ଯାନ୍ତ୍ରିକ ତ୍ରୁଟି ଦେଖି ଚପରକୁ ଘାଟି ଡ୍ରପ୍ କରି ଦେଇଥିଲେ ।
ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରାହୁଲ ଚୌବେ କହିଛନ୍ତି, ମେ’ ୨୪ ତାରିଖରେ କ୍ରୀଷ୍ଟାଲ କମ୍ପାନିର ଚପର ଖରାପ ହୋଇଥିଲା । କେଦାରନାଥ ହେଲିପ୍ୟାଡରୁ କିଛି ଦୂରରେ ଲ୍ୟାଣ୍ଡିଂ କରି ରଖାଯାଇଥିଲା । ସେତେବେଳେ ପାଇଲଟ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲାଇ ଦେଇଥିଲେ । ଚପରକୁ ଆଜି ମରାମତି ପାଇଁ ଏମଆଇ-୧୭ ହେଲିକପ୍ଟର ସାହଯ୍ୟରେ ହ୍ୟାଙ୍ଗିଂ କରି ନିଆଯାଉଥିଲା । ଏହି ସମୟରେ ହେଲିକପ୍ଟର ନିୟନ୍ତ୍ରଣ ହରାଇଥିଲା, ଯାହାଫଳରେ ଖରାପ ଚପରକୁ ଡ୍ରପ୍ କରିବାକୁ ପଡ଼ିଥିଲା ବୋଲି ପର୍ଯ୍ୟଟନ ଅଧିକାରୀ କହିଛନ୍ତି । ...