ବ୍ରେଭୋରୀ କିଣ୍ଡରଗାର୍ଟନ ନିକଟରେ ହେଲିକପ୍ଟର ଦୁର୍ଘଟଣା, ୟୁକ୍ରେନ ମନ୍ତ୍ରୀ ଓ୨ ଶିଶୁଙ୍କ ସମେତ ୧୬ ମୃତ

Published By : Prameya-News7 Bureau | January 18, 2023 IST

କିଭ ୧୮।୧: ୟୁକ୍ରେନ ରାଜଧାନୀ କିଭ ସହର ବାହାରେ ବ୍ରୋଭାରୀର ଏକ କିଣ୍ଡରଗାର୍ଟନ ନିକଟରେ ହେଲିକପ୍ଟର ଦୁର୍ଘଟଣା ହୋଇଛି। ଫଳରେ ହେଲିକପ୍ଟରରେ ଯାତ୍ରା କରୁଥିବା ଗୃହ ମନ୍ତ୍ରୀ ଓ ଅଧିକାରୀଙ୍କ ସମେତ ମୋଟ ୧୬ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଶିଶୁ ମଧ୍ୟ ଅଛନ୍ତି। ଜାତୀୟ ପୋଲିସ ମୁଖ୍ୟ ଇଗୋର କ୍ଲେମେଙ୍କୋ ବୁଧବାର ଏହି ସୂଚନା ଦେଇଛନ୍ତି।

{"id":734549,"sizeSlug":"full","linkDestination":"none"}

କ୍ଲେମେଙ୍କୋଙ୍କ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ଗୃହ ବିଭାଗର କେତେକ ବରିଷ୍ଠ ଅଧିକାରୀ ପ୍ରାଣ ହରାଇଛନ୍ତି। ଯେଉଁମାନଙ୍କ ମଧ୍ୟରେ ଗୃହମନ୍ତ୍ରୀ ଡେନିସ୍‌ ମୋନାଷ୍ଟିର୍ସ୍କିଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏଥିରେ ଦୁର୍ଘଟଣା କାଳରେ ଲୋକେ ଚିତ୍କାର କରୁଥିବାର ଶୁଣାଯାଉଛି। ଦୁର୍ଘଟଣାରେ ବ୍ରୋଭାରୀର କିଣ୍ଡର ଗାର୍ଟନଟି ସମ୍ପୁର୍ଣ୍ଣ ଧ୍ୱଂସ୍ତ ହୋଇଥିବା ବେଳେ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରେ ଶିଶୁ ମଧ୍ୟ ଥାଇପାରନ୍ତି ବୋଲି କିଭ ଆଞ୍ଚଳିକ ପୋଲିସ ମୁଖପାତ୍ର ଇରିନା ପ୍ର୍ୟାନିସନିକୋଭା କହିଛନ୍ତି।

wp:html /wp:html

ବ୍ରୋଭେରି ସହର ରାଜଧାନୀ କିଭଠାରୁ ଉତ୍ତର-ପୂର୍ବ ଦିଗରେ ପ୍ରାୟ ୨୦ କିଲୋମିଟର ଦୂରରେ। ୟୁକ୍ରେନ ଉପରେ ମସ୍କୋର ଆକ୍ରମଣ ଆରମ୍ଭ କାଳରେ ବ୍ରୋଭେରୀକୁ କବଜା କରିବା ଲାଗି ଋଷିଆ ଓ ୟୁକ୍ରେନ ସେନା ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା। ତେବେ ଗତବର୍ଷ ଏପ୍ରିଲ ମାସ ପରେ ଋଷିଆ ସେନା ଏଠାକୁ ପୁଣି ଥରେ ଫେରି ନାହାନ୍ତି। ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ୨୪ ଜାନୁୟାରୀ ୨୦୨୨ରେ ପଶ୍ଚିମ ୟୁକ୍ରେନକୁ ସେନା ପଠାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.