oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଅନିଲ୍‌ ଅମ୍ୱାନୀଙ୍କୁ ବଡ଼ ଝଟ୍‌କା, ଏବେ ବିକ୍ରି କରିପାରିବେନି ଦେବାଳିଆ କମ୍ପାନୀ, ଏନ୍‌ସିଏଲ୍‌ଟିରେ ରହିଛି ମାମଲା

18/03/2022 at 9:23 PM

ମୁମ୍ୱାଇ, ୧୮।୦୩: ରିଲାଏନ୍ସ ସମୂହର ମୁଖ୍ୟ ଅନିଲ୍‌ ଅମ୍ୱାନୀଙ୍କୁ ବଡ଼ ଝଟ୍‌କା । ନିଖିଲ୍‌ ମର୍ଚ୍ଚାଣ୍ଟଙ୍କ ହେଜଲ୍‌ ମର୍କାଣ୍ଟାଇଲ୍‌ ସ୍ୱାନ୍‌ ଏନର୍ଜୀ କଂସୋଟିୟମ୍‌ ଅନିଲ୍‌ ଅମ୍ୱାନୀଙ୍କ ଦେବାଳିଆ ସିପିୟାର୍ଡ କମ୍ପାନୀ ରିଲାଏନ୍ସ ନବଲ୍‌ ଆଣ୍ଡ ଇଞ୍ଜିନିୟରିଂ ପାଇଁ ଡାକିଥିବା ନିଲାମ ଜିତିନେଇଛି । ହେଲେ କମ୍ପାନୀକୁ ବିକ୍ରି କରିବା ପାଇଁ ଅନିଲ୍‌ଙ୍କ ଚେଷ୍ଟା ବିଫଳ ହୋଇଛି ।

ବିଜ୍‌ନେସ୍‌ ଟୁଡେର ରିପୋର୍ଟ ଅନୁସାରେ ପାଖାପାଖି ୯୫ ପ୍ରତିଶତ ଋଣଦାତା ନିଖିଲ୍‌ ମର୍ଚ୍ଚାଣ୍ଟଙ୍କ କମ୍ପାନୀ ପକ୍ଷରେ ମତଦାନ କରିଥିଲେ । ଏବେ ରିଲିଆନ୍ସ ନବଲର ରିଜୋଲ୍ୟୁସନ୍‌ ପ୍ରଫେସନାଲ୍‌ ନିଲାମକୁ ନେଇ ମଞ୍ଜୁରୀ ପାଇଁ ନାସ୍‌ନାଲ୍‌ କମ୍ପାନୀ ଲ ଟ୍ରିବ୍ୟୁନାଲ୍‌, ଅହମ୍ମଦାବାଦ ସହ ସଂପର୍କ କରିବ । ହେଜଲ୍‌ ମର୍କାଣ୍ଟାଇଲ୍‌ ଲିମିଟେଡ୍‌ ଏବଂ ସ୍ୱାନ ଏନର୍ଜୀ ଲିମିଟେଡ୍‌ର ଏକ ଫାର୍ମ ରିଲାଏନ୍ସ ନବଲ ପାଇଁ ପାଖାପାଖି ୨,୭୦୦ କୋଟି ଟଙ୍କାର ନିଲାମ ଡାକିଛି ।

କହିରଖୁଛୁ ଯେ ରିଲାଏନ୍ସ ନବଲକୁ ବିକ୍ରି କରିବା ପାଇଁ ଅନିଲ୍‌ ଅମ୍ୱାନୀ ଲାଗାତାର ଚେଷ୍ଟା ଜାରି ରଖିଥିଲେ । ଏହାକୁ ନେଇ ଅନିଲ୍‌ ଅମ୍ୱାନୀଙ୍କ ରିଲାଏନ୍ସ ଇନ୍‌ଫ୍ରା ସମାଧାନ ଯୋଜନା ଦେଇଥିଲା । ହେଜଲ୍‌ ଫାର୍ମର ନିଲାମରେ ଅଂଶ ଗ୍ରହଣକୁ ନେଇ କିଛି କମ୍ପାନୀ ବିରୋଧ କରିଥିଲେ । ଏହାକୁ ନେଇ ଏକ ଯାଚିକା ଦାଏର କରିଥିଲା ରିଲାଏନ୍ସ ଇନ୍‌ଫ୍ରା । ଗତ ସୋମବାର ଏହି ଯାଚିକାର ଶୁଣାଣି କରିଥିଲା ଏନ୍‌ସିଏଲ୍‌ଟି । ଏହାର ଆଗାମୀ ଶୁଣାଣି ତାରଖ ମାର୍ଚ୍ଚ ୩୦ ତାରିଖ ଥିବା ଜଣାପଡ଼ିଛି ।

   Related Posts