ଆଜିଠୁ ସାରା ଦେଶରେ ଲାଗୁହେବ ନୂଆ ଟ୍ରାଫିକ୍ ନିୟମ : ଟ୍ରାଫିକ୍ ନିୟମ ଉଲଙ୍ଘନକାରୀଙ୍କୁ ୧୦ ଗୁଣା ଜରିମାନା

Published By : Prameya-News7 Bureau | September 01, 2019 IST

ନୂଆଦିଲ୍ଲୀ ୧/୯: ଆଜି ଠାରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି ନୂଆ ସଡ଼କ ପରିବହନ ଆଇନ । ଟ୍ରାଫିକ୍ ନିୟମ ଅବମାନନା କଲେ ଏଣିକି ୧୦ ଗୁଣା ଅଧିକ ଫାଇନ୍ ଦେବାକୁ ପଡ଼ିବ । ଦ୍ରୁତ ଗତିରେ ଗାଡି ଚଳାଇଲେ ୪ଶହ ବଦଳରେ ଏଣିକି ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ଯାତ୍ରୀବାହୀ ଗାଡି ଦ୍ରୁତ ଗତିରେ ଚଳାଇଲେ ଜରିମାନା ୪ ହଜାର ଟଙ୍କା । ବିପଦପୂର୍ଣ୍ଣ ଭାବେ ଗାଡି ଚଳାଇଲେ ଜରିମାନା ୧୦ ହଜାର ଟଙ୍କା ।

{"id":151561}

ଟ୍ରାଫିକ ସିଗ୍ନାଲ ନମାନିଲେ ଜରିମାନା ୧୦ ହଜାର ଟଙ୍କା । ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ ୧୦ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ । ସେହିପରି ନୋ ଓଭରଟେକିଂ ଜୋନରେ ଓଭରଟେକିଂ କଲେ ଜରିମାନା ୧୦ ହଜାର ଟଙ୍କା, କାରରେ ସିଟ୍ ବେଲ୍ଟ ନବାନ୍ଧିଲେ, ୧୪ ବର୍ଷରୁ ସାନ ପିଲାଙ୍କୁ ସେଫଟି ବେଲ୍ଟ ନବାନ୍ଧି ନେଲେ,  ବାଇକରେ ୨ରୁ ଅଧିକ ଲୋକ ବସିଲେ, ବାଇକ ଚାଳକ ଓ ପଛରେ ବସିଥିବା ଲୋକ ହେଲମେଟ୍ ନପିନ୍ଧିଲେ ହଜାରେ ଟଙ୍କା ଲେଖାଏଁ ଫାଇନ୍ ଦେବାକୁ ପଡିବ । ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡିକୁ ସାଇଡ୍ ନଦେଲେ ୧୦ ହଜାର ଟଙ୍କା ଏବଂ ନିଷିଦ୍ଧାଞ୍ଚଳରେ ବିନା କାରଣରେ ହର୍ଣ୍ଣ ବଜାଇଲେ ୨ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ ।

{"id":151562}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.