ରେଭ୍ ପାର୍ଟିରେ ପୋଲିସ ରେଡ୍ : ହିନା ପାଞ୍ଚାଲ ସମେତ ୬ ଅଭିନେତ୍ରୀ ଗିରଫ

Published By : Prameya-News7 Bureau | June 29, 2021 IST

ମୁମ୍ୱାଇ ୨୯/୬ : ବିଗ୍ ବସ୍ ମରାଠି ଖ୍ୟାତି ତଥା ଅଭିନେତ୍ରୀ ହିନା ପାଞ୍ଚଲଙ୍କୁ ମହାରାଷ୍ଟ୍ରର ଇଗାଟପୁରୀରୁ ଗିରଫ କରାଯାଇଛି । ମହାରାଷ୍ଟ୍ରର ନାସିକ୍ ପୋଲିସ୍ ଏକ ରେଭ୍ ପାର୍ଟି ଉପରେ ଚଢାଉ କରିବା ପରେ ହିନାଙ୍କୁ ଗିରଫ କରିଛି । ରବିବାର ଦିନ ହିନାଙ୍କ ସମେତ ପୋଲିସ ଅନେକ ଲୋକଙ୍କୁ ଗିରଫ କରିଥିଲା । କୁହାଯାଉଛି ଯେ ଏହି ରେଭ ପାର୍ଟିରେ ଡ୍ରଗ୍ସ କାରବାର ଚାଲିଥିଲା ।

ଯଦିଓ ପୋଲିସ ଏହାର ତଦନ୍ତ କରୁଛି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ହିନାଙ୍କ ସମେତ ଅନେକ ଲୋକଙ୍କୁ ରବିବାର ଗିରଫ କରାଯାଇଥିଲା । ଏଥିସହ, ଅଭିନେତ୍ରୀ ଗିରଫ ସମୟରେ ଡ୍ରଗ୍ସ ଖାଇଛନ୍ତି କି ନାହିଁ ସେ ବିଷୟରେ ପୋଲିସ ଅଧିକାରୀ ସ୍ପଷ୍ଟ କରିନାହାଁନ୍ତି । ସେ କହିଛନ୍ତି ଅଭିନେତ୍ରୀ ତଥା ଅନ୍ୟ ଅଭିଯୁକ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଆମେ ରିପୋର୍ଟକୁ ଅପେକ୍ଷା କରିଛୁ । ରିପୋର୍ଟ ଆଶିବା ପରେ ସବୁକିଛି ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.