ନୂଆଦିଲ୍ଲୀ ୧୭/୦୯: ଦିଲ୍ଲୀ ଦେଖିବ ନୂଆ ମୁଖ୍ୟମନ୍ତ୍ରୀ । ଆତିଶୀ ମାର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖିଆ । ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ । ଅରବିନ୍ଦ କେଜ୍ରିୱାଲ କ୍ୟାବିନେଟରେ ସବୁଠୁ ହେବିଓ୍ୱେଟ ମନ୍ତ୍ରୀ । କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ତଥା ବିଶ୍ୱାସୀ ଭାବେ ସେ ଫେମସ ।
ସମାଜସେବୀ ଆନ୍ନା ହଜାରେ ଆନ୍ଦୋଳନ ସମୟରୁ ସେ ସଂଗଠନରେ ସକ୍ରିୟ । ମନ୍ତ୍ରୀ ହେବା ନେଇ ପୂର୍ବରୁ ହେଉଥିଲା ଚର୍ଚ୍ଚା । କାରଣ କେଜ୍ରିୱାଲ ମାର୍ଚ୍ଚରେ ଜେଲ ଯିବା ଦିନଠାରୁ ସେ ତୁଲାଉଲେ ଦଳର ଦାୟିତ୍ୱ । ଏବେ କିନ୍ତୁ ସେ ସେ ସମ୍ଭାଳିବେ ମୁଖ୍ୟମନ୍ତ୍ରୀ ଚେୟାର । ପଞ୍ଜାବୀ ରାଜପୁତ ପରିବାରର ଆତିଶୀ ପାଠପଢାରେ ବେଶ୍ ଟପ୍ । ଆସନ୍ତୁ ଜାଣିବା ତାଙ୍କ କେମିତି ଥିଲା କ୍ୟାରିୟର ।
୨୦୨୦ରେ ପ୍ରଥମ ଥର ପାଇଁ କାଲକଜୀ ବିଧାନସଭା ଆସନରୁ ହୋଇଥିଲେ ବିଧାୟକ । ବିଜେପି ପ୍ରାର୍ଥୀ ଧରମଭୀର ସିଂହଙ୍କୁ ୧୧ ହଜାରରୁ ଅଧିକ ଭୋଟରେ ହରାଇଥିଲେ । ୧୯୮୧ ଜୁନ୍ ୮ରେ ଦିଲ୍ଲୀରେ ଜନ୍ମ । ପିତା ନମଭିଜୟ ସିଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଥିଲେ ପ୍ରଫେସର ।
ଆତିଶୀ ନୂଆଦିଲ୍ଲୀର ସ୍ପ୍ରିଙ୍ଗଡେଲ ସ୍କୁଲରୁ ତାଙ୍କ ସାରିଥିଲେ ପଠାପଢା । ସେଣ୍ଟ ଷ୍ଟିଫେନ୍ କଲେଜରେ ଫଢା ପରେ ଚେଭିଙ୍ଗ ସ୍କଲାରସିପ୍ ସହ ଅକ୍ସଫୋର୍ଡ ୟୁନିଭରସିଟିରେ ସାରିଥିଲେ ମାଷ୍ଟର ଡିଗ୍ରୀ । ମଧ୍ୟପ୍ରଦେଶର ଛୋଟିଆ ଗାଁରେ କାଟିଥିଲେ ସାତ ବର୍ଷ । ଯେଉଁଠି ସେ ଜୈବିକ କୃଷି ଏବଂ ପ୍ରଗତିଶୀଳ ଶିକ୍ଷା ପ୍ରଣାଳୀରେ ଜଡିତ ହେଲେ । ସେଠାରେ ଆରମ୍ଭ ହୋଇଥିଲା ରାଜନୈତିକ ଯାତ୍ରା । ପ୍ରଥମ ଥର ପାଇଁ କିଛି AAP ସଦସ୍ୟଙ୍କୁ ଭେଟିଥିଲେ, ଆଉ ସାମିଲ ହୋଇଥିଲେ ପାର୍ଟିରେ ।
୨୦୧୩ ବିଧାନସଭା ନିର୍ବାଚନ ପାଇଁ ଦଳର ମେନିଫେଷ୍ଟୋ ଡ୍ରାଫ୍ଟ କମିଟିର ପ୍ରମୁଖ ସଦସ୍ୟ ଥିଲେ ସେ । ଏହା ବ୍ୟତୀତ ଆତିଶୀ ଦଳର ମୁଖପାତ୍ର ଭାବେ ତୁଲାଇଥିଲେ ବଡ ଭୂମିକା । କେଜ୍ରିୱାଲଙ୍କ ପରି ସେ ମଧ୍ୟ ମନୀଷ ସିସୋଦିଆଙ୍କ ବେଶ ଖାସ୍ । ସିସୋଦିଆଙ୍କ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିବା ସହ ତାଙ୍କ ଅନୁପସ୍ଥିତିରେ ସମ୍ଭାଳିଥିଲେ ଶିକ୍ଷା ମନ୍ତ୍ରଣାଳୟ ।
ଆତିଶୀ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ । ୨୦୨୩ରେ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିଲେ ଆତିଶୀ । ଦିଲ୍ଲୀ ସରକାରର ଏକମାତ୍ର ମହିଳା ମନ୍ତ୍ରୀ ଭାବେ ତୁଲାଇଛନ୍ତି ଅନେକ ଦାୟିତ୍ୱ । ଶିକ୍ଷା, ପିଡବ୍ଲ୍ୟୁଡି, ଜଳ ବିଭାଗ, ରାଜସ୍ୱ, ଯୋଜନା ଏବଂ ଅର୍ଥ ବିଭାଗ ପରିଚାଳନା କରୁଥିଲେ ।
ଜୁଲାଇ ୨୦୧୫ ରୁ ୧୭ ଏପ୍ରିଲ ୨୦୧୮ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ସିସୋଦିଆଙ୍କ ପରାମର୍ଶଦାତା ଥିଲେ । ସେହି ବର୍ଷ ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଜଳ ସତ୍ୟଗ୍ରାହରେ ବି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭାଇଥିଲେ ଆତିଶୀ । ଥିଲେ। ବିରୋଧ ତଥା ଆଇନଗତ ଲଢେଇରେ ସେ ଥିଲେ ସକ୍ରିୟ ଚେହେରା । ୨୦୨୦ ବିଧାନସଭା ନିର୍ବାଚନ ପରେ ଦଳ ଆତିଶୀ କରିଥିଲା ଗୋଆ ପ୍ରଭାରୀ । ଏବେ ହେବେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ।