ଡିସେମ୍ବର ଶେଷ ଯାଏଁ ହାଡଭଙ୍ଗା ଶୀତ, କନ୍ଧମାଳର ବିଭିନ୍ନ ସ୍ଥାନରେ ତୁଷାରପାତ

Published By : Prameya-News7 Bureau | December 25, 2020 IST

ଭୁବନେଶ୍ୱର,୨୫/୧୨: ଡିସେମ୍ବରରେ ଆଉ ଥଣ୍ଡା କମିବ ନାହିଁ । ଗତ ୩-୪ଦିନ ଭଳି ବର୍ଷ ଶେଷ ଯାଏଁ ଶୀତର ଲହରୀ ଜାରି ରହିବ । ତେବେ କିଛି ସ୍ଥାନରେ ୧ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ ବୋଲି ପାଣିପାଗବିତ୍‌ ଆକଳନ କରିଛନ୍ତି ।

କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଡିସେମ୍ବର ଶେଷ ପର୍ଯ୍ୟନ୍ତ ଥଣ୍ଡା କମିବ ନାହିଁ । ୨୦୨୦ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଥଣ୍ଡାର ପ୍ରକୋପ ଜାରି ରହିବ। କିନ୍ତୁ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ଥଣ୍ଡା ସାମାନ୍ୟ କମିବ ।

ଅନ୍ୟପକ୍ଷରେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଏବେ ରାଜ୍ୟରେ ଥଣ୍ଡା ଲାଗି ରହିବ। ମାତ୍ର ୨୯ ଓ ୩୦ ତାରିଖରୁ କିଛି ସ୍ଥାନରେ ତାପମାତ୍ରା ସାମାନ୍ୟ ବଢ଼ିପାରେ । ତେବେ .୫ରୁ ୧ ଡିଗ୍ରୀ ସେଲସିୟସ୍‌ ବଢ଼ିବ ।

ଗୁରୁବାର ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ସେଲସିୟସ୍‌ ରହିଥିଲା । ଦାରିଙ୍ଗବାଡ଼ି ଓ ଆଖପାଖ ଅଞ୍ଚଳରେ ତୁଷାରପାତ ହୋଇଥିଲା । ଫୁଲବାଣୀରେ ଲଗାତର ୩ଦିନ ଧରି ୪ ଡିଗ୍ରୀ ସେଲସିୟସ୍‌ ରହିବା ପରେ ଆଜି ମାତ୍ର .୫ ଡିଗ୍ରୀ ତାପମାତ୍ରା ବଢ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.