ନିର୍ବାଚନ ପ୍ରଚାର ସରଗରମ : ପାଟକୁରାରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ୩ ପ୍ରମୁଖ ଦଳ

Published By : Prameya-News7 Bureau | July 15, 2019 IST

କେନ୍ଦ୍ରାପଡ଼ା ୧୫/୭: ମଝିରେ ଆଉ ମାତ୍ର ୪ ଦିନ । ପାଟକୁରାରୁ ଡେରାବିଶ, ଡେରା ପକାଇଛନ୍ତି ନେତା । ନିର୍ବାଚନ ଯେତିକି ପାଖେଇ ଆସୁଛି ପାଟକୁରାରେ ସେତିକି ନେତାଙ୍କ ସୁଅ ଛୁଟୁଛି ।ପାଟକୁରାରେ ଚାଲିଛି ଶକ୍ତି ପ୍ରଦର୍ଶନ । ନିର୍ବାଚନ ପ୍ରଚାରରେ ଦୁଲୁକୁଛି ଦାଣ୍ଡ । ପ୍ରାର୍ଥୀମାନେ ଏବେ ଘରେ ଘରେ ବୁଲି ପ୍ରଚାର କରୁଛନ୍ତି । ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ୩ ପ୍ରମୁଖ ଦଳର ଷ୍ଟାର କ୍ୟାମ୍ପେନର । କେଉଁଠି ପଦଯାତ୍ରା ତ ଆଉ କେଉଠି ପଥପ୍ରାନ୍ତ ସଭା ।

{"id":133736}

ତେବେ ବିଜେଡି ପ୍ରଚାର ସମୟରେ ଛାତ୍ର ଓ ଯୁବ ଭୋଟରଙ୍କୁ ଟାର୍ଗେଟ କରିଥିବା ବେଳେ ବିଜେପି ନିଜ କର୍ମୀଙ୍କୁ ଏକଜୁଟ କରିବାରେ ଲାଗିଛି । ଅନ୍ୟପକ୍ଷରେ ଦଳର ପୁରୁଖା ନେତାଙ୍କୁ ପ୍ରଚାରରେ ଲଗେଇଛି କଂଗ୍ରେସ । ପାଟକୁରାରୁ ଫଳାଫଳକୁ ନେଇ ତିନି ପ୍ରମୁଖ ଦଳ ଆଶାବାଦୀ ହୋଇ ପଡିଥିବା ବେଳେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି ପ୍ରାର୍ଥୀ।

{"id":133737}

ଗତକାଲି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜୟ ମହାପାତ୍ରଙ୍କୁ ନେଇ ବିଭିନ୍ନ ଅଞ୍ଚଳରେ ରୋଡ ସୋ କରିଥିଲେ । ସେହିଭଳି ବିଜେଡି ପକ୍ଷରୁ ସାଂସଦ ଅନୁଭବ ମହାନ୍ତି ଓ ରାଜା ସ୍ବାଇଁ ପ୍ରମୁଖ ନିଜ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । କଂଗ୍ରେସ ମଧ୍ୟ ପ୍ରଚାରକୁ ଜୋରଦାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.