୧୬ ବର୍ଷର ରେକର୍ଡ ଭାଙ୍ଗିଲା ନଭେମ୍ବର ମାସର ତୁଷାରପାତ

Published By : Prameya-News7 Bureau | December 02, 2020 IST

ଶିମଲା ୦୨/୧୨ : ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ତୁଷାରପାତ ହୋଇଛି। ତୁଷାରପାତ ଗତ କିଛି ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ନଭେମ୍ବର ମାସରେ ହୋଇଥିବା ତୁଷାରପାତ ଗତ ୧୬ ବର୍ଷର ରେକର୍ଡ ଭାଙ୍ଗିଛି। ୨୦୦୪ ମସିହା ପରେ ନଭେମ୍ବର ମାସରେ ଭୀଷଣ ତୁଷାରପାତ ହୋଇଛି। ଉଚ୍ଚତମ ସ୍ଥାନ ମନାଲି, କେଲାଙ୍ଗ, କଲ୍ପା, ଖଦରାଲାରେ ଏଥର ସର୍ବାଧିକ ତୁଷାରପାତ ହୋଇଛି।

{"id":371346,"sizeSlug":"large"}

କଲ୍ପାରେ ୬୪.୬ ସେଣ୍ଟିମିଟର, କେଲାଙ୍ଗରେ ୫୭, ଖଦରାଲାରେ ୫୧.୬ ଓ ମନାଲିରେ ୧୨ ସେଣ୍ଟିମିଟର ତୁଷାରପାତ ହୋଇଛି। କଲ୍ପାରେ ୨୦୦୪ ପରେ ଓ ଖଦରାଲାରେ ୨୦୦୯ ପରେ ଏହା ସର୍ବାଧିକ ତୁଷାରପାତ। ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ ଏଥର ଶିମଲାରେ ତୁଷାରପାତ ଗତ ୧୦ ବର୍ଷର ରେକର୍ଡ ଜାରି କରିଛି।

{"id":371347,"sizeSlug":"large"}

ହିମାଚଳରେ ଚଳିତ ବର୍ଷ ନଭେମ୍ବରରେ ସାମାନ୍ୟ ଠାରୁ ୧୧୨ ପ୍ରତିଶତ ବର୍ଷା ହୋଇଛି। ନଭେମ୍ବର ହାରାହାରି ୪୩ ମିଲିମିଟର ବର୍ଷା ହୋଇଛି। ଏହି ଅବଧିରେ ୨୦ ମିଲିମିଟର ବର୍ଷା ସାମାନ୍ୟ ବୋଲି କୁହାଯାଏ। ଲଗାତାର ଦ୍ୱିତୀୟ ବର୍ଷ ଅଧିକ ବର୍ଷା ହୋଇଛି। କୁଲ୍ଲୁ, ଶିମଲା, ସୋଲନ ସିରମୌରରେ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ବର୍ଷା ହୋଇଛି।

{"id":371348,"sizeSlug":"large"}

ହିମାଚଳ ପ୍ରଦେଶର ସମସ୍ତ ଅଞ୍ଚଳରେ ମଙ୍ଗଳବାର ଦିନ ପାଗ ସଫା ଥିଲା। ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ରେକର୍ଡ ହୋଇଛି। ଡିସେମ୍ବର ୭ ତାରିଖ ଯାଏଁ ୧୦ ଜିଲ୍ଲାରେ ପାଗ ସଫା ରହିବାର ପୂର୍ବାନୁମାନ କରାଯାଇଛି। ଡିସେମ୍ବର ୭ରେ ଉଚ୍ଚ ପାହାଡିଆ ଅଞ୍ଚଳରେ ତୁଷାରପାତ ସମ୍ଭାବନା ରହିଛି। ମଙ୍ଗଳବାର ଦିନ କେଲାଙ୍ଗରେ ସର୍ବନିମ୍ନ ତାପମାତ୍ରା ମାଇନସ୨.୬ ଡିଗ୍ରୀ ଥିଲା। ଶିମଲାରେ ୧୦.୨ ଡିଗ୍ରୀ ଓ ମନାଲିରେ ୪ ଡିଗ୍ରୀ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.