ଟ୍ୱିନ୍‌ସିଟିରେ ପ୍ରବଳ ବର୍ଷା ନେଇ ଆଲର୍ଟ, ସୃଷ୍ଟି ହୋଇପାରେ ଟ୍ରାଫିକ୍‌ ସମସ୍ୟା

Published By : Prameya-News7 Bureau | August 14, 2022 IST

ଭୁବନେଶ୍ୱର ୧୪।୦୮:  ଟ୍ବିନସିଟିରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇପାରେ ଟ୍ରାଫିକ ସମସ୍ୟା । ତଳିଆ ଅଞ୍ଚଳ ଜଳମଗ୍ନ ହେବା ସମ୍ଭାବନା । ଘଣ୍ଟାପ୍ରତି ୨୦ରୁ ୩୦ ମିଲିମିଟର ବର୍ଷା ଆକଳନ କରିଛି ପାଣିପାଗ କେନ୍ଦ୍ର ।

ତେଣୁ ଏହି ବର୍ଷା ସମୟରେ ଯଥାସମ୍ଭବ ବାହାରକୁ ଯିବାରୁ ନିବୃତ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପୁଣି ୧୭ ତାରିଖରେ ଆସୁଛି ଆଉ ଏକ ଲଘୁଚାପ । ତାହା ପୁଣି ବଙ୍ଗୋପସାଗରରେ ସୃଷ୍ଟି ହୋଇ ଓଡ଼ିଶା ଉପରେ ପ୍ରଭାବ ପକାଇବ । ତେବେ ତାହ ଅଧିକ ଘନୀଭୁତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଯଦି ଘନୀଭୁତ ହୁଏ ତେବେ ପୁଣି ଆହୁରି ଏକ ସପ୍ତାହ ଯାଏଁ ଲଗାଣ ବର୍ଷା ଜାରି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.